ବିନା ଛାତ୍ରଛାତ୍ରୀରେ ୩ଶହରୁ ଊର୍ଦ୍ଧ୍ବ ସ୍କୁଲ: ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି

ଦଶହରା ଛୁଟି ସରିବା ପରେ ଆଜି ସ୍କୁଲ ଖୋଲିଲା। କିନ୍ତୁ ସ୍କୁଲକୁ ଆସିଲେନି ଛାତ୍ରଛାତ୍ରୀ। ବିନା ପିଲାରେ ଚାଲିଲା ୩ ଶହରୁ ଊର୍ଦ୍ଧ୍ବ ସ୍କୁଲ।  ଖାଁ ଖାଁ ଥିଲା ସ୍କୁଲ ପରିସର। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା ନବରଙ୍ଗପୁରରେ।

fgsfsffsfgfs

ନବରଙ୍ଗପୁର: ଦଶହରା ଛୁଟି ସରିବା ପରେ ଆଜି ସ୍କୁଲ ଖୋଲିଲା। କିନ୍ତୁ ସ୍କୁଲକୁ ଆସିଲେନି ଛାତ୍ରଛାତ୍ରୀ। ବିନା ପିଲାରେ ଚାଲିଲା ୩ ଶହରୁ ଊର୍ଦ୍ଧ୍ବ ସ୍କୁଲ।  ଖାଁ ଖାଁ ଥିଲା ସ୍କୁଲ ପରିସର। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା ନବରଙ୍ଗପୁରରେ। ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି କରି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଠାରୁ ଅସହଯୋଗ ଡାକରା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ନ ଛାଡ଼ିବା ପାଇଁ କମିଟି ପକ୍ଷରୁ ଡାକରା ଦିଆଯାଇଥିଲା। 
ଆଜି ସକାଳୁ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଗାଁଗୁଡ଼ିକରେ ଡେଙ୍ଗୁରା ଦିଆଯାଇଥିଲା। ଗାଁରେ ଗାଣ୍ଡା (ବାର୍ତ୍ତା ପ୍ରଦାନ କରୁଥିବା ବ୍ୟକ୍ତି) ବୁଲି ବୁଲି ଏ ନେଇ ସୂଚନା ଦେଇଥିଲେ। ପ୍ରତିଦିନି ଭଳି ଠିକ୍‌ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସିଥିଲେ ମଧ୍ୟ କୌଣସି ଛାତ୍ରଛାତ୍ରୀ ଆଜି ସ୍କୁଲ ଆସିନଥିଲେ। ଜିଲ୍ଲାର ପ୍ରାୟ ୧୮୦୫ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ସ୍କୁଲକୁ ଅଭିଭାବକ ନିଜ ପିଲାଙ୍କୁ ଛାଡ଼ି ନଥିଲେ। ସବୁଠାରୁ ଅଧିକ ପ୍ରଭାବ ପଡ଼ିଥିଲା କୋଷାଗୁମୁଡ଼ା ଓ ନବରଙ୍ଗପୁର ବ୍ଲକରେ। ଏହି ଅସହଯୋଗର ପ୍ରଭାବ କେବଳ ଗ୍ରାମାଞ୍ଚଳରେ ନୁହେଁ ନବରଙ୍ଗପୁର ସହରରେ ମଧ୍ୟ ଦେଖିବାକୁ ମିଳିଥିଲା। 

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି
ପିଲାଙ୍କୁ ସ୍କୁଲ ଛାଡ଼ିଲେନି ଅଭିଭାବକ
ଗାଁରେ ଦିଆଗଲା ଡେଙ୍ଗୁରା

ନବରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ୍ସବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩୧୩ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଆଜି ମାତ୍ର ୧୦ ଜଣ ପିଲା ସ୍କୁଲ ଆସିଥିଲେ। ଶିକ୍ଷକ ସ୍କୁଲରେ ରହିଥିବା ବେଳେ ବିନା ପିଲାରେ ସ୍କୁଲ ପରିସର ଖାଁ ଖାଁ ଲାଗିଥିଲା। ତେବେ କିଛି ସ୍କୁଲରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଥିବା କିଛି ସ୍କୁଲକୁ ପିଲାମାନେ ପଢ଼ିବାକୁ ଯାଇଥିଲେ। ଜିଲ୍ଲାଭିତ୍ତିକ ନିଯୁକ୍ତିକୁ ଅଭିଭାବକମାନେ ସମର୍ଥନ ଜଣାଇ କହିଛନ୍ତି ଆମ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଜିଲ୍ଲାରେ କୋରାପୁଟିଆ ଆଞ୍ଚଳିକ ଭାଷା ପ୍ରଚଳିତ ହେଉଛି। ଅନ୍ୟ ଜିଲ୍ଲାର ଶିକ୍ଷକମାନେ ପାଠ ପଢ଼ାଇଲେ ପିଲାମାନେ ବୁଝି ପାରୁନାହାନ୍ତି। ତେଣୁ ଜିଲ୍ଲାର ସାକ୍ଷରତା ହାର କମିବାରେ ଲାଗିଛି ବୋଲି କହିଛନ୍ତି ଅଭିଭାବକ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ। ଅନ୍ୟପଟେ ସ୍କୁଲକୁ ପିଲା ନ ଆସିବା ଏବଂ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ଅପେକ୍ଷା କରିଥିବା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବୁ ବୋଲି ପ୍ରଧାନଶିକ୍ଷକମାନେ କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ଯଦି ପାଠ ପଢ଼ି ନିଜ ଅଞ୍ଚଳରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବିରେ ଚାକିରି କରିବା ପାଇଁ ଯୋଗ୍ୟ ହୋଇପାରିବେନି ତେବେ କାହଁକି ଶିକ୍ଷା ଗ୍ରହଣ କରିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe