ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରୋଗୀଙ୍କୁ ରୋଗ ଅପେକ୍ଷା ଅଧିକ ଭୟଭୀତ କରାଉଛନ୍ତି ମହୁମାଛି। କାରଣ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ କାନ୍ଥରେ ରହିଛି ମାଳମାଳ ମହୁମାଛି ଫେଣା। ମଝିରେମଝିରେ ରୋଗୀ ଓ ସଂପର୍କୀୟଙ୍କୁ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହେବାକୁ ପଡୁଛି। ମେଡିକାଲ ଭିତରେ ହେଉ କିମ୍ବା ବାହାରେ, ଲୋକେ ମହୁମାଛିକୁ ନେଇ ସତର୍କତା ଅବଲମ୍ବନ କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ କହିଛନ୍ତି ଏ ସଂପର୍କରେ ଆମେ ଡିଏଫଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛୁ।

Advertisment

ଏହି ଖବର ପଢ଼ନ୍ତୁ: ଫୁଲରୁ ସୁଗନ୍ଧ ପାଉନି ମହୁମାଛି

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠା ଘରର ଚାରିପାଖେ ରହିଛି ମାଳମାଳ ମହୁମାଛି ଫେଣା। ଏହି ଫଟୋରେ ଦେଖି ଆପଣ ଭାବୁଥିବେ କି ହୁଏତ କେଉଁଠି ମହୁ ଚାଷ କରାଯାଉଛି। ତାହା ଭାବୁଥିଲେ ଆପଣ ଭୁଲ। ଖୁବଶୀଘ୍ର ମହୁଫେଣାଗୁଡିକୁ ହଟାଇବା ସହ କାହିଁକି ଏହି ସ୍ଥାନରେ ଏତେ ସଂଖ୍ୟକ ମହୁଫେଣା ହେଉଛି ତାହାର କାରଣ ମଧ୍ୟ ଖୋଜାଯିବ। 

ଏହି ଖବର ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଯୋଜନା ପ୍ରସ୍ତୁତ

ରୋଗୀ ଚିକିତ୍ସାଳୟକୁ ଆସିବା ସମୟରେ ରୋଗର ଭୟ ଯେତିକି ରହୁ ନାହିଁ, ସେତିକି ମହୁମାଛିର ଆକ୍ରମଣର ଭୟ ଘାରୁଛି ରୋଗୀ ଓ ସଂପର୍କୀୟଙ୍କୁ। କୋଠାଘରର ଚତୁର୍ପାର୍ଶ୍ବରେ ଏଭଳି ମାଳମାଳ ମହୁମାଛି ଫେଣା ରହିଛି। ରୋଗୀ ମେଡିକାଲ ଭିତରେ ହେଉ କିମ୍ବା ସଂପର୍କୀୟ ବାହାରେ ଥାନ୍ତୁ ସମସ୍ତେ ଭୟଭୀତ ଏହି ମହୁଫେଣାକୁ ଦେଖି। ଏପରିକି ମଝିରେ ମଝିରେ ମଧ୍ୟ ରୋଗୀ ଓ ସଂପର୍କୀୟଙ୍କୁ ଆକ୍ରମଣ କରୁଛି ମହୁମାଛି। ତେଣୁ ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ ଏହାରି ପଦକ୍ଷେପ ନେଇ ମହୁଫେଣାକୁ ହଟାଇଲେ ରୋଗୀ ଓ ତାଂକ ସଂପର୍କୀୟ ମହୁମାଛି ଆକ୍ରମଣରୁ ସୁରକ୍ଷିତ ରହିବେ ବୋଲି ଦାବି କରିଯାଇଛି।

ଏହି ଖବର ପଢ଼ନ୍ତୁ: ପେରୁବାଇରେ ଉତ୍କଟ ଜଳ ସମସ୍ୟା

ସଦର ମହକୁମା ଚିକିତ୍ସାଳୟରେ ଏହି ମହୁଫେଣା ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡିଏଫଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।ତେବେ ବାରମ୍ବାର ଏତେ ସଂଖ୍ୟକ ମହୁଫେଣା କାହିଁକି ମୁଖ୍ୟ ଚିକିତ୍ସାଳୟରେ ହେଉଛି। ତାହାର କାରଣ ଖୋଜିବା ସହ କିଭଳି ମହୁମାଛି ମୁକ୍ତ ଚିକିତ୍ସାଳୟ କରାହେବ ସେନେଇ ପଦକ୍ଷେପ ନିଆଯାଉଥିବା କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ କହିଛନ୍ତି। ଯଦିଓ ମହୁମାଛି ଦ୍ବାରା ବଡ ଅଘଟଣ ଘଟିନାହିଁ। ତେବେ ଆଗକୁ ଯେ ନଘଟିବ ତାହା କିଏ କହିବ। ତେଣୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ମହୁମାଛି ଫେଣାଗୁଡିକ ହଟାଗଲେ ଅଘଟଣକୁ ଏଡାଇ ଦିଆଯାଇପାରିବ ବୋଲି କୁହାଯାଇଛି।

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ