ସୋସିଆଲ ମିଡିଆ ସୂଚନାରୁ ଉଦ୍ଧାର ହେଲା ବିରଳ ପେଚା

Advertisment
ସୋସିଆଲ ମିଡିଆ ସୂଚନାରୁ ଉଦ୍ଧାର ହେଲା ବିରଳ ପେଚା

ହରଭଙ୍ଗା: ଫେସବୁକରେ ବିରଳ ପେଚାର ଫଟୋ ଭାଇରାଲ ହେବା ପରେ ବନ ବିଭାଗର ଚେତା ପଶିଲା, ଆଉ ସଦଳବଳେ ପହଂଚି ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କଲା ବନ ବିଭାଗ | ସୋସିଆଲ ମିଡ଼ିଆର ସୂଚନାକୁ ଆଧାର କରି ବନ ବିଭାଗ ଏକ ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କରିବାକୁ ସକ୍ଷମ ହେବା ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ ରବିବାର ସକାଳେ କରଞ୍ଜକଟା ଗ୍ରାମରେ ଆହତ ଅବସ୍ଥାରେ ଏକ ପେଚା ବୁଲୁଥିବାର କିଛି ଗ୍ରାମବାସୀ ଦେଖିଥିଲେ | ଏହା ପରେ କିଛି ଯୁବକ ଆହତ ଅବସ୍ଥାରେ ପଡିଥିବା ପେଚାକୁ ଉଦ୍ଧାର କରି ସୋସିଆଲ ମିଡିଆରେ ଫଟୋ ଛାଡିଥିଲେ।

ଏ ଖବର ବୌଦ୍ଧ ଡିଏଫଓଙ୍କ ନଜରକୁ ଆସିବାରୁ ସେ ଏହାକୁ ଉଦ୍ଧାର କରିବା ପାଇଁ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ରେଞ୍ଜ ଅଧିକାରୀ ଓ କର୍ମଚାରୀ କରଞ୍ଜକଟା ଗ୍ରାମକୁ ଯାଇ ପେଚାଟିକୁ ନିଜ ହେପାଜତକୁ ନେଇ ପୁରୁଣାକଟକ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe