ଖୋର୍ଦ୍ଧା କ୍ଲିନିକରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନ ମାଲିକଙ୍କ ମୃତ୍ୟୁ

ଖୋର୍ଦ୍ଧାରେ ଚାଞ୍ଚଲ୍ୟ: କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ଖୋର୍ଦ୍ଧାର ଏକ କ୍ଲିନିକରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼ ଘଟଣାରେ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ ଗତକାଲି ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ଦାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ନିଜ କ୍ଲିନିକକୁ ସସ୍ତ୍ରୀକ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଡା. ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ ମଂକିକ୍ୟାପ୍ ଘୋଡ଼ାଇ ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକରେ ପ୍ରବେଶ କରିଥିଲା।

ଦୁର୍ବୃତ୍ତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି କରିଥିଲା। ଗୋଟିଏ ଗୁଳି ଡାକ୍ତରଙ୍କ ବାମପଟ ଛାତି ତଳେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳିପେଟରେ ବାଜିଥିଲା। ଗୁଳି ଶବ୍ଦ ଓ ଲୋକଙ୍କ ପାଟି ଶୁଣି ତଳେ କୋଠାରେ ଥିବା ଏକ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁ ଡାକ୍ତରଙ୍କ ପାଖକୁ ଦୌଡ଼ି ଆସିଥିଲେ।

ଦୁର୍ବୃତ୍ତକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଗୁଳିଟି କୃଷ୍ଣଚନ୍ଦ୍ରଙ୍କ ଡାହଣ ପଟ ତଳିପେଟରେ ବାଜିଥିଲା। ଏହାପରେ ଦୁର୍ବୃତ୍ତ ଜଣକ ସେଠାରୁ ଚାଲିଯାଇଥିଲା। ଆଖପାଖର ଲୋକ ଓ ସେଠାରେ ଅପେକ୍ଷା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଦାସ ଓ କୃଷ୍ଣଚନ୍ଦ୍ରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବରର ଆମ୍ରି ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe