ବାର୍‌ହା ଶିକାର ପାଇଁ ରଖାଯାଇଥିବା ବୋମା ଚୋବାଇ ବଳଦ ଗୁରୁତର

ବାର୍‌ହା ଶିକାର ପାଇଁ ରଖାଯାଇଥିବା ବୋମା ଚୋବାଇ ବଳଦ ଗୁରୁତର
କବିସୂର୍ଯ୍ୟନଗର : ଗଞ୍ଜାମରେ ପୁଣି ବାର୍‌ହା ଶିକାରୀ ପକାଇଥିବା ବୋମା ଚୋବାଇ ଏକ ବଳଦ ଗୁରୁତର ହୋଇଛି। ଶିକାରୀଙ୍କ ପାଇଁ ଗୋସଂପଦ ଏବେ ବିପଦରେ। ବନ୍ୟଜନ୍ତୁ ଶିକାର ପାଇଁ ରଖାଯାଇଥିବା ବିଭିନ୍ନ ବିସ୍ଫୋରକ ସାମଗ୍ରୀକୁ ଖାଦ୍ୟ ବୋଲି ଭାବି ଗାଈଗୋରୁ ଖାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗତ କିଛି ମାସ ମଧ୍ୟରେ କୁକୁଡ଼ାଖଣ୍ଡି ଓ ଖଲ୍ଲିକୋଟ ଥାନା ଇଲାକାରୁ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଆଜି କବିସୂର୍ଯ୍ୟନଗର ବ୍ଲକ୍ ଖଜାପଲ୍ଲୀ ପଞ୍ଚାୟତ ଅଧୀନ ବଗଡ଼ମାଳ ବେଣାଗାଡ଼ିଆରେ ଏକ ବଦଳ ବାର୍‌ହା ଶିକାର ପାଇଁ ରଖାଯାଇଥିବା ବୋମାକୁ ଖାଦ୍ୟ ବୋଲି ଖାଇଦେବାରୁ ସେ ଗୁରୁତର ହୋଇଛି।
ପ୍ରତିଦିନ ଭଳି ବୁଧବାର ସୁଦର୍ଶନ ରାଉତ ତାଙ୍କ ବଳଦକୁ ଚରାଇବାକୁ ବେଣାଗାଡ଼ିଆକୁ ନେଇଥିଲେ। ଘାସ ଭିତରେ ପଡ଼ିଥିବା ବୋମାଟିକୁ ଖାଇ ଦେବାରୁ ତା’ର ପାଟିରେ ଫୁଟି ଯାଇଥିଲା। ଫଳରେ ଜିଭ ଓ ଥୋବଣି ଛିଣ୍ଡି ଯାଇଥିବା ଜଣାପଡ଼ିଛି। ନିକଟସ୍ଥ ବୁଢ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଳଦଟିକୁ ଚିକିତ୍ସା ପାଇଁ ନିଆଯାଇଛି। ବାର୍‌ହା ଶିକାର ଲାଗି ଶିକାରୀ ମାନେ ବର୍ତ୍ତମାନ ବିଭିନ୍ନ କୌଶଳ ଆପଣାଉଥିବାରୁ ନିରୀହ ପଶୁଙ୍କ ଜୀବନ ପ୍ରତି ବର୍ତ୍ତମାନ ବିପଦ ସୃଷ୍ଟି ହୋଇଛି। ବନବିଭାଗ ଓ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe