କେଶଦୁରାପାଳରେ ବଳଦଯାତ୍ରା

Advertisment
କେଶଦୁରାପାଳରେ ବଳଦଯାତ୍ରା

ଦେଓଗାଁ: ପବିତ୍ର ଦଶହରା ଅବସରରେ କେଶଦୁରାପାଳ ଗ୍ରାମ ବାଲିଯାତ୍ରା ପଡ଼ିଆରେ ବଳଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ଆଖପାଖ ଅଞ୍ଚଳରୁ ଦଶ ହଜାରରୁ ଅଧକ ଲୋକଙ୍କ ସମାଗମ ହୋଇଥିଲା।  ମଙ୍ଗଳପୁର, ବାଲିପାଳ, କେଶଦୁରାପାଳ ଗ୍ରାମରୁ ତିରିଶ ହଳ ବଳଦଙ୍କୁ ଆକର୍ଷିତ ଭବେ ସଜାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ବାଲିପଡ଼ିଆଠାରେ ସଂଘର ମୁଖ୍ୟ ସଭାପତି ସମୀର ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବଳଦମାନଙ୍କୁ ସକାଳୁ ଗାଧୋଇ ଦେବା ପରେ ଖାଦ୍ୟ ଦିଆଯାଇଥିଲା।  ପଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ପ୍ରତିଯୋଗିତାରେ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଥିଲା।  ଶେଷରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୋଳଗୋବିନ୍ଦ ସାହୁ, ମଳୟ ସାହୁ, ଶ୍ୟାମ ସୁନ୍ଦର ସାହୁ, ବାପୁନ୍ ସାହୁ, ବାପୁଜୀ ସାହୁ, ସିପୁ ସାହୁ, ରବୀନ୍ଦ୍ର ସାହୁ, ଶ୍ରୀଧର, ସାହୁ, କାହ୍ନା ସାହୁ, ଘାଉ ସାହୁ, ଲିତୁ ସାହୁ, ପାଣ୍ଡବ ସାହୁ ଓ ଗ୍ରାମବାସୀ ସହଯୋଗ କରିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe