ଅକ୍ସିଜେନ୍ ଥାଇ ଲାଗିପାରିଲାନି, ଚାଲିଗଲା ଜୀବନ

Advertisment
ଅକ୍ସିଜେନ୍ ଥାଇ ଲାଗିପାରିଲାନି, ଚାଲିଗଲା ଜୀବନ

ANI News

ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ଅଭାବରେ ଜଣେ ମହିଳା ବାସନ୍ତି ସେଠୀ (୫୦)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ମୁତାବକ, ଧନକଉଡ଼ା ସୁଧାଂଶୁ ସେଠୀ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମଂଗଳବାର ଦିନ ୧୧ଟାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅକ୍ସିଜେନ ସ୍ତର ଆବଶ୍ୟକତାଠାରୁ କମ୍ ଥିବାରୁ ବର୍ହି ବିଭାଗରେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ତାଙ୍କୁ ତୁରନ୍ତ ଅକ୍ସିଜେନ ଲଗାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ମାକ୍ସ ସହିତ ଅକ୍ସିଜେନ୍ ସିଲିଣ୍ଡରକୁ ସଂଯୋଗ କରୁଥିବା ପାଇପ୍‌ ସେଠାରେ ମିଳିନଥିଲା। ପ୍ରାୟ ଅଧ ଘଣ୍ଟା ଖୋଜାଖୋଜି କରିବା ପରେ ପାଇପ୍ ମିଳିନଥିଲା। ଇତିମଧ୍ୟରେ ତାଙ୍କ ଅବସ୍ଥା ଜଟିଳ ହୋଇସାରିଥିଲା। ଅକ୍ସିଜେନ ସିଲିଣ୍ଡର ଲଗାଇବା ପାଇଁ ବାସନ୍ତିଙ୍କୁ ଏକ ପ୍ରକୋଷ୍ଠକୁ ନିଆଯାଇଥିଲା। ମାତ୍ର ଅକ୍ସିଜେନ୍ ସିଲିଣ୍ଡରରେ ପାଇପ୍ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ତାଙ୍କ ଜୀବନ ଚାଲିଯାଇଥିଲା ବୋଲି ସୁଧାଂଶୁ ଅଭିଯୋଗ କରିଛନ୍ତି। ଚିକିତ୍ସା ଅବହେଳାରୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ତେବେ, ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା ‌ଥିଲେ ହେଁ ଡାକ୍ତରଖାନା କତ୍ତୃର୍ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଦିନ ୧୨ଟାରେ ଚିକିତ୍ସା ପାଇଁ ଆସିଥିବା ମୁଦିପଡ଼ାର ଜଣେ ମହିଳାଙ୍କ ଅକ୍ସିଜେନ ସ୍ତର ମଧ୍ୟ ବହୁତ କମ୍ ରହିଥିଲା। ଅକ୍ସିଜେନ ଅଭାବରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଇତିମଧ୍ୟରେ ପୂର୍ବରୁ ନିଆଯାଇଥିବା ଆଣ୍ଟିଜେନ୍ ରିପୋର୍ଟ ଆସିଯାଇଥିଲା। ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe