ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର, ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର, ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ଚୀନରୁ ସିଧାସଳଖ ଭୁବନେଶ୍ୱର ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଖୁବଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ । ସେହିପରି ଆବଶ୍ୟକସ୍ଥଳେ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ। ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ।  ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ।

ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ ।

ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅକ୍ସିଜେନ୍ ଅଭାବରୁ ଯେପରି କେହି ଅସୁବିଧାରେ ନ ପଡ଼ନ୍ତୁ ଚାହାଁନ୍ତି ମୁଖ୍ୟମନ୍ତ୍ରୀ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୂଚନା ଦେଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe