କରୋନା ସଂକ୍ରମିତ ପ୍ରବାସୀ ଓଡ଼ିଆଙ୍କୁ ଅମ୍ଳଜାନ ଦେବ ଓଡ଼ିଆ ମହାମଞ୍ଚ, ଜାରି କଲେ ମୋବାଇଲ ନମ୍ବର

Advertisment
କରୋନା ସଂକ୍ରମିତ ପ୍ରବାସୀ ଓଡ଼ିଆଙ୍କୁ ଅମ୍ଳଜାନ ଦେବ ଓଡ଼ିଆ ମହାମଞ୍ଚ, ଜାରି କଲେ ମୋବାଇଲ ନମ୍ବର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ପ୍ରବାସୀ ଓଡ଼ିଆ ରୋଗୀମାନଙ୍କୁ ଆବଶ୍ୟକ ପଡୁଥିବା ଅମ୍ଳଜାନର ବ୍ୟବସ୍ଥା କରିବା ପାଇଁ ସହାୟତାର ହାତ ବଢ଼ାଇଛି ଓଡ଼ିଆ ମହାମଞ୍ଚ । ଓଡ଼ିଶା ସରକାରଙ୍କ ସହାୟତାରେ ଅମ୍ଳଜାନ ସିଲିଣ୍ଡର ଗୁଡିକର ବ୍ୟବସ୍ଥା କରାଯାଇଥିବା ନେଇ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳ ଅବଗତ କରାଇଛନ୍ତି। ଯେଉଁ ପ୍ରବାସୀ ଓଡ଼ିଆ କରୋନାରେ ସଂକ୍ରମିତ ହୋଇ ଗୁରୁତର ହେଉଛନ୍ତି ତଥା ସେମାନଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି ସେମାନେ ଡାକ୍ତରଙ୍କ ପ୍ରେସ୍କିପ୍ସନ, ଯେଉଁଥିରେ ତ୍ବରିତ ଅମ୍ଳଜାନର ଆବଶ୍ୟକତା ଦର୍ଶାଯାଇଥିବ ଏବଂ ଆଧାରକାର୍ଡ ସହିତ ୯୮୧୦୧୫୩୦୦୬ ନମ୍ବରରେ ଯୋଗାଯୋଗ କରିବା ପାଇଁ ଶ୍ରୀଧଳ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ କରୋନାରେ ମୃତ୍ୟୁବରଣ କରିଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ମାନଜନକ ସବସତ୍କାର ପାଇଁ ଏଥି ପୂର୍ବରୁ ଓଡ଼ିଆ ମହାମଞ୍ଚର ଅନୁରୋଧ କ୍ରମେ ରାଜ୍ୟ ସରକାର ଦୁଇ ମୃତକ ପରିବାରକୁ ସମୁଦାୟ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ପାଖାପାଖି ୪୦ ଜଣ ପ୍ରବାସୀ ଓଡ଼ିଆ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe