ନୂଆଦିଲ୍ଲୀ: ଓଡ଼ିଶାର ଉଦ୍ୟୋଗୀ ରିତେଶ ଅଗ୍ରୱାଲଙ୍କ ଦ୍ବାରା ପ୍ରତିଷ୍ଠିତ ଓୟୋର ମୂଳ କମ୍ପାନି ଓରାଭେଲ ଷ୍ଟେଜ୍ ଆମେରିକାର ଜି୬ ହସ୍ପିଟାଲିଟିକୁ ବ୍ଲାକଷ୍ଟୋନ ରିଅଲ ଇଷ୍ଟେଟ୍ ଠାରୁ ପ୍ରାୟ ୫୨୫ ନିୟୁତ ଡଲାରରେ କିଣିଛି। ୨୦୨୪ର ଚତୁର୍ଥ ତ୍ରୟମାସରେ ଏହି କାରବାର ଶେଷ ହେବ ବୋଲି ଆଶା କରାଯାଉଛି। ଜି୬ ହସ୍ପିଟାଲିଟି ହେଉଛି ପରିଚିତ ମୋଟେଲ ୬ ଏବଂ ଷ୍ଟୁଡିଓ ୬ ବ୍ରାଣ୍ଡ୍ର ମୂଳ କମ୍ପାନି। ୨୦୧୯ରେ ଆମେରିକାରେ ପ୍ରବେଶ ପରଠାରୁ ଓୟୋ ସେଠାରେ ତାହାର ସଂପ୍ରସାରଣ ଜାରି ରଖିଛି। ୩୫ଟି ରାଜ୍ୟରେ କମ୍ପାନି ୩୨୦ରୁ ଅଧିକ ହୋଟେଲ ସହିତ ଯୋଡ଼ି ହୋଇଛି। ୨୦୨୩ରେ ଓୟୋ ପ୍ରାୟ ୧୦୦ ହୋଟେଲ ନିଜ ସହ ଆମେରିକାରେ ଯୋଡ଼ିଛି। ୨୦୨୪ରେ ୨୫୦ରୁ ଅଧିକ ହୋଟେଲ ଯୋଡ଼ିବା ନେଇ ଓୟୋ ଲକ୍ଷ୍ୟ ରଖିଛି।
ଆମେରିକାର ଜି୬ ହସ୍ପିଟାଲିଟିକୁ କିଣିଲା ଓୟୋ
Advertisment
Follow Us