ପିଏ ଆଇଟିଡିଏଙ୍କୁ ତାଲା ପକାଇବା ଘଟଣା: ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକଙ୍କ ଗିରଫ ଦାବି କଲା ବିଜେଡି

Advertisment
ପିଏ ଆଇଟିଡିଏଙ୍କୁ ତାଲା ପକାଇବା ଘଟଣା: ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକଙ୍କ ଗିରଫ ଦାବି କଲା ବିଜେଡି

image source-mayurbhanj.nic.in

ରାଇରଙ୍ଗପୁର: ଗତ ୯ ତାରିଖରେ ରାଇରଙ୍ଗପୁରର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଉପସ୍ଥିତିରେ ସେମାନଙ୍କର ସମର୍ଥକମାନେ ତାଲା ପକାଇବା ଘଟଣାକୁ ନେଇ ବିଜୁ ଜନତା ଦଳ ଆଜି ଅଧିକ ପ୍ରତିକ୍ରିୟା ପ୍ରକାଶ କରିଛି। ଘଟଣାକୁ ନେଇ ଦଳ ପକ୍ଷରୁ ଆଜି ରାଇରଙ୍ଗପୁରଠାରେ ସ୍ଥାନୀୟ ନେତାମାନଙ୍କର ଏକ ବୈଠକ ହୋଇଥିଲା। ଏହାପରେ ବିଜେଡି କର୍ମୀମାନେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଏବଂ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କୁ ଗିରଫ କରିବା ଦାବିରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୯ ତାରିଖ ଅପରାହ୍ନରେ ମୟୂରଭଞ୍ଜର ବିଜେପି ସାଂସଦ ବିଶେଶ୍ବର ଟୁଡୁ ଏବଂ ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝି ଆଦିବାସୀ ସମନ୍ବିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟର ସମୀକ୍ଷା ଲାଗି ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଭେଟିଥିଲେ। ସାଂସଦ ଓ ବିଧାୟକ ଆଦିବାସୀ ସମନ୍ବିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସେଠାରେ ସାଂସଦ ଓ ବିଧାୟକଙ୍କର ସମର୍ଥକମାନେ ହୋହାଲ୍ଲା କରିବା ସହ ପିଏ ଆଇଟିଡିଏଙ୍କ କାର୍ଯ୍ୟାଳୟର ଗେଟରେ ତାଲା ପକାଇ ଦେଇଥିଲେ।

ଖାଲି ସେତିକି ନୁହେଁ, ସେମାନେ ଆଇଟିଡିଏ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ମଧ୍ୟ ସେଠାରୁ ବାହାର କରିଥିଲେ। ଏ ନେଇ ପରେ ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଉଭୟ ମୟୂରଭଞ୍ଜର ସାଂସଦ ବିଶେଶ୍ବର ଟୁଡୁ ଏବଂ ରାଇରଙ୍ଗପୁରର ବିଧାୟକ ନବ ଚରଣ ମାଝିଙ୍କ ନାଆଁରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe