‘ଇସ୍ରୋରେ ଯୋଗଦେବେ କାମାକ୍ଷାନଗରର ପବିତ୍ରମୋହନ

Advertisment
‘ଇସ୍ରୋରେ ଯୋଗଦେବେ କାମାକ୍ଷାନଗରର ପବିତ୍ରମୋହନ

କାମାକ୍ଷାନଗର :ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗଦେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୁଅ ପବିତ୍ର ମୋହନ ନାୟକ । ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ତରଫରୁ ପରିଚାଳିତ ସାକ୍ଷାତକାରର ଫଳାଫଳ ଅନୁଯାୟୀ, ପବିତ୍ର ମେଟାଲର୍ଜି ବିଭାଗରେ ବୈଜ୍ଞାନିକ ହେବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହେଇଛନ୍ତି ।

ପବିତ୍ର ୨୦୦୮ ମସିହାରେ ଆଳତୁମା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ ଶେଷ କରିବା ପରେ ଢେଙ୍କାନାଳ ଜୁନିୟର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିଲେ। ପରେ ସେ ଆଇଜିଆଇଟି ସରାଙ୍ଗରୁ ମେଟାଲର୍ଜି ଇଂଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ସେ ୨୦୧୮ ମସିହାରେ ଆଇଆଇଟି କାନପୁରରୁ ଏମ୍‌.ଟେକ୍ ଡିଗ୍ରି ହାସଲ କରିଥିଲେ । ପରେ ପବିତ୍ର ମୋହନ ଚେନ୍ନାଇର ଏକ ଅନ୍ତର୍ଜାତୀୟ କମ୍ପାନିରେ କାମ କରିବା ପରେ ପାରଳା ମହାରାଜା ଇଂଜିନିୟରିଂ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବାପା ଧବଳେଶ୍ବର ନାୟକ ଜଣେ ବ୍ୟବସାୟୀ ଓ ମା ସଂଯୁକ୍ତା ନାୟକ ଜଣେ ଗୃହିଣୀ । ପିଲାଟି ଦିନରୁ ପବିତ୍ରଙ୍କର ବୈଜ୍ଞାନିକ ହେବାର ଲକ୍ଷ୍ୟ ଥିଲା। ତାଙ୍କର ଏହି ଆଶା ଏବେ ପୂରଣ ହେବାକୁ ଯାଉଛି। ଆସନ୍ତା ୨୬ ତାରିଖରେ ସେ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେବେ। ତାଙ୍କର ଏହି ସଫଳତାରେ କାମାକ୍ଷାନଗର ଉପଖଣ୍ଡରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe