ପୁରୀ ବିସ୍ଥାପିତଙ୍କ ପାଇଁ ଥଇଥାନ ଯୋଜନା : ଆଖି ଝଲ୍‌ସା ପ୍ୟାକେଜ୍‌

ଗଣେଶ ପୂଜାରେ ଘୋଷଣା କଲେ ନବୀନ

ରତ୍ନସିଂହାସନ ପଥର ଗାଏବ ହୋଇନି: ଏଏସ୍ଆଇ

Odisha Sun Times

କ୍ଷତିଗ୍ରସ୍ତ ଘର ମାଲିକ, ମଠ, ଦୋକାନୀ, ଲଜ୍ ସାମିଲ
ଘର ହରାଇଲେ ଏକକାଳୀନ ୩୦ଲକ୍ଷ ବା ଜି+୨ ଫ୍ଲାଟ୍
ଲଜ୍ ମାଲିକଙ୍କ ପାଇଁ ଆକର୍ଷଣୀୟ ସ୍ବତନ୍ତ୍ର ପ୍ୟାକେଜ୍
ସ୍ବେଚ୍ଛାକୃତ ଭାବେ ଜମି ଦେଲେ ୧୦% ଅଧିକ ସହାୟତା

ଭୁବନେଶ୍ବର/ପୁରୀ : କ୍ଷତିଗ୍ରସ୍ତ ହେଉଥିବା ପ୍ରତି ଲଜ୍‌ ବର୍ଗଫୁଟ ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ, ତା’ ପୁଣି ୧୮ ମାସ ଯାଏ। ଆଜି ଦିନରେ ବଡ଼ ବଡ଼ ସହରରେ ଆଇଟି କରିଡରରେ ମଧ୍ୟ ଏତେ ଦରରେ ଭଡ଼ା ନିର୍ଧାରିତ ହେଉଥିବା ନଜିର ବହୁତ କମ୍।

ବିସ୍ଥାପିତ ପରିବାରକୁ ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅଥବା ଶ୍ରୀମନ୍ଦିରର େଦଢ଼ କିେଲାମିଟର ମଧ୍ୟରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା ଶ୍ରୀମନ୍ଦିରର ୨ କିେଲାମିଟର ଦୂରତା ମଧ୍ୟରେ ୧୦୦୦ ବର୍ଗଫୁଟର ଏକ ଜମି ମିଳିବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା େଦବା ଲାଗି େଯଉଁ ଚିତ୍ର (ଶ୍ରୀମନ୍ଦିର ସୁରକ୍ଷା େଜାନ)ର ପରିକଳ୍ପନା କରାଯାଇଛି, ତା’ଦ୍ବାରା କ୍ଷତିଗ୍ରସ୍ତ ପ୍ରତିଟି ବିସ୍ଥାପିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ଆଖି ଝଲସାଇ ଦେବାଭଳି ଥଇଥାନ ପ୍ୟାକେଜ୍ େଘାଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ଓ ଥଇଥାନ ନୀତି (୨୦୧୩)କୁ ନିଶ୍ଚିତ କରାଯାଇଛି। ଏହାସହିତ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବା ସ୍ବତନ୍ତ୍ର ଭାବେ ଏଭଳି ଥଇଥାନ ପ୍ୟାକେଜ୍ କଥା କହିଛନ୍ତି, ଯାହା ଓଡ଼ିଶାର ଅନ୍ୟ କୌଣସି ପ୍ରକଳ୍ପ ଲାଗି ସମ୍ଭବତଃ ପୂର୍ବରୁ ଦିଆଯାଇନଥିବ। ପୁରୀର ବିକାଶ ଲାଗି ତଥା କ୍ଷତିଗ୍ରସ୍ତଙ୍କ ଉପଯୁକ୍ତ ଥଇଥାନ ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ େନବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପାଳନ କରିବାକୁ ଯାଇ ପ୍ୟାକେଜ୍ ଦେବା ଆଳରେ ସରକାରଙ୍କ ପକ୍ଷରୁ ଭଣ୍ଡାର େଖାଲି ଦିଆଯାଇଛି।

ସବୁଠାରୁ ବଡ଼ କଥା େହଲା, ମହାପ୍ରଭୁଙ୍କ େକ୍ଷତ୍ରର ବିକାଶ ପାଇଁ େଯଉଁ ମହାପ୍ୟାକେଜ୍ େଘାଷଣା େହାଇଛି, ସେଥିରେ ଏକଥା ବି ସରକାର କହିଛନ୍ତି, ଥଇଥାନ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ େସ୍ବଚ୍ଛାକୃତ ଭାବେ େଯଉଁମାନେ ସେମାନଙ୍କର ସଂପତ୍ତି ହସ୍ତାନ୍ତର କରିବେ, ସେମାନଙ୍କୁ ପ୍ୟାକେଜ୍ ସହିତ ଅତିରିକ୍ତ ୧୦% ଅଧିକ ଆର୍ଥିକ ସହାୟତା ଦିଆଯିବ। ଆଜି ଏହି ପ୍ୟାକେଜ୍ େନଇ ପୁରୀରେ ଜିଲ୍ଲାପାଳ ବଲଵନ୍ତ ସିଂହ ମଧ୍ୟ ଗଣମାଧ୍ୟମକୁ ସୂଚନା େଦଇଥିଲେ।

ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ପୁରୀର ବିକାଶର ଚିତ୍ର ରାଜ୍ୟବାସୀଙ୍କ ସାମ୍ନାରେ ରଖିଥିେଲ। ଏହି କ୍ରମରେ ଦ୍ବିତୀୟ ପର୍ଯ୍ୟାୟରେ ୫୦୦ େକାଟିର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆଜି ପବିତ୍ର ଗଣେଶ ଚତୁର୍ଥୀରେ ଏହି ବିକାଶ ପ୍ରକ୍ରିୟା କାରଣରୁ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ େଘାଷଣା କରିଛନ୍ତି। ନିୟମ ଅନୁସାରେ, ରାଜ୍ୟ ସରକାରଙ୍କ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯିବା କଥା। ମାତ୍ର ଏହାଠାରୁ େଢର୍ ଅଧିକ କ୍ଷତିପୂରଣ ଓ ସୁବିଧା ପୁରୀ ପାଇଁ ପ୍ରସ୍ତୁତ ଥଇଥାନ ଓ ପୁନର୍ବାସ ନୀତିରେ ଖଞ୍ଜାଯାଇଛି। ଘର, ଲଜ୍, ମଠ, କ୍ଷୁଦ୍ର ବ୍ୟବସାୟୀ ସମସ୍ତଙ୍କୁ ଏହି ନୀତିର ପରିସରଭୁକ୍ତ କରାଯାଇଛି।

ନୀତିରେ ସରକାର ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, ଏହି ପ୍ୟାକେଜ୍ ପୁରୀ ଜିଲ୍ଲାପାଳ କାର୍ଯ୍ୟକାରୀ କରିବେ। ଜିଲ୍ଲାପାଳ ସଂପୃକ୍ତ ପକ୍ଷଙ୍କ ସହ ଆେଲାଚନା କରିବେ। େକନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅନୁମୋଦନ କ୍ରମେ ଏହି ପ୍ୟାକେଜ୍େର ଆବଶ୍ୟକ ପରିବର୍ତନ କରାଯାଇପାରିବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିରର ସୁରକ୍ଷାରେ ରାଜ୍ୟ ସରକାର କୌଣସି ସାଲିସ କରିପାରିବେ ନାହିଁ। ଏଣୁ ମନ୍ଦିର ଚାରିପାଖରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରାଯିବ। ଏଥିପାଇଁ େଯଉଁ ବାସଗୃହ କ୍ଷତିଗ୍ରସ୍ତ ହେବେ, ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ସ୍ଥାନାନ୍ତରିତ େହଉଥିବା ପରିବାରକୁ ପରିବହନ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ। ବିସ୍ଥାପିତ ପରିବାରଗୁଡିକ ବାସଗୃହ ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପାଇବେ। ତେବେ ଏକକାଳୀନ େଯଉଁମାନେ ସହାୟତା େନବେ, ସେମାନଙ୍କ ପାଇଁ ଏହା ଲାଗୁ େହବ ନାହିଁ। ଏଥିପାଇଁ ସରକାର ୩ଟି ପ୍ରକଳ୍ପ ପ୍ରସ୍ତାବ ରଖିଛନ୍ତି। ଅର୍ଥାତ୍ ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କାର ସହାୟତା ନେଇପାରିବେ। ମନ୍ଦିରର ଦେଢ କିଲୋମିଟର ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ବର୍ଗଫୁଟ ପରିମିତ ଘର (ଏକ ଫ୍ଲାଟ୍‌- ଜି+୨) କିମ୍ୱା ମନ୍ଦିରରୁ ୨ କିଲୋମିଟର ମଧ୍ୟରେ ୧୦୦୦ ବର୍ଗଫୁଟର ଏକ ଜାଗା।

ଦୋକାନ ଗୃହ ଅଧିଗ୍ରହଣ େକ୍ଷତ୍ରରେ ସରକାର ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ। ବାସଗୃହ ଭଳି ଏ େକ୍ଷତ୍ରରେ ବି ଦୁଇ ପ୍ରକାରର ବିକଳ୍ପ ସହାୟତା େଘାଷଣା କରାଯାଇଛି, େଯଉଁଥିରୁ ସେମାନେ େଗାଟିଏ ବାଛିବେ। ୨୦୦ ବର୍ଗଫୁଟରୁ କମ୍ ଅଞ୍ଚଳରେ ଥିବା େଦାକାନ ପାଇଁ ମାସିକ ୫ହଜାର ଟଙ୍କା ଭଡା ଦିଆଯିବ। ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ୧୦ ହଜାର ଟଙ୍କା ଓ ୫୦୦ ବର୍ଗଫୁଟର ଅଧିକ ଆୟତନ ବିଶିଷ୍ଟ େଦାକାନ ଥିଲେ ୧୫ ହଜାର ଟଙ୍କା ଭଡ଼ା ଦିଆଯିବ। ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍ ଓ ଅନ୍ୟାନ୍ୟ ଜାଗାରେ ପ୍ରସ୍ତାବିତ ମାର୍କେଟ୍ କ‌ମ୍ପ୍ଲେକ୍ସ ନିର୍ମାଣ ଶେଷ ପରେ ସମସ୍ତଙ୍କୁ ଥଇଥାନ କରାଯିବ। ମଠ ଦୋକାନ ମଠକୁ ଓ ବ୍ୟକ୍ତିଗତ ଜାଗାରେ ଥିବା ଦୋକାନ ସଂପୃକ୍ତ ବ୍ୟକ୍ତିଗତଙ୍କୁ ଦିଆଯିବ। କିମ୍ବା ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ େଦାକାନ ଘର ଦିଆଯିବ। ସୁରକ୍ଷା େଜାନ୍ ମଧ୍ୟରେ ଆସୁଥିବା ପ୍ରତିଟି େଦାକାନ ଏହାର ପରିସରଭୁକ୍ତ ହେବେ।

ଲଜ୍ ଅଧିଗ୍ରହଣ େକ୍ଷତ୍ରରେ ସରକାର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି। େଯଉଁ ଲଜ୍ ଗୁଡିକ ୧୫୦୦ ବର୍ଗଫୁଟରୁ ଅଧିକ, ସେମାନଙ୍କ ପାଇଁ ନିର୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା େହାଇଛି। କିନ୍ତୁ ୩୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‍ଗୁଡିକୁ ୧୦ଲକ୍ଷ ଟଙ୍କା ଓ ୩୦୦୦ ବର୍ଗଫୁଟରୁ କମ୍‍ ଅଞ୍ଚଳରେ ଥିବା ଲଜ୍‍ ପାଇଁ ୫ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହାବ୍ୟତୀତ ପ୍ରତି ଲଜ୍‍କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଲଜ୍‍ ମାଲିକମାନେ ନିର୍ମାଣାଧୀନ ଅଞ୍ଚଳର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ। ନଚେତ୍ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ୩୦୦ ମିଟର ଭିତରେ ଜାଗା ଯୋଗାଇ ଦିଆଯିବ। ୧୫ ଶହରୁ ୩ ହଜାର ବର୍ଗଫୁଟ୍‌ ଭିତରେ ଥିବା ଲଜ୍‌ଗୁଡ଼ିକୁ ୧୫୦୦ ବର୍ଗଫୁଟ (୫୦ ଫୁଟ୍‌ରେ ୩୦ ଫୁଟ୍‌) ଜାଗା ଯୋଗାଇ ଦିଆଯିବ। ସେହିଭଳି ୩ ହଜାରରୁ ୪ ହଜାର ବର୍ଗଫୁଟ୍‌ ଜାଗାରେ ଥିବା ଲଜ୍‌ଗୁଡ଼ିକୁ ୨ ହଜାର ବର୍ଗଫୁଟ୍‌ (୫୦ ଫୁଟ୍‌ରେ ୪୦ ଫୁଟ୍‌) ଜାଗା ମିଳିବ। ୪ ହଜାର ବର୍ଗଫୁଟ୍‌ ଜାଗାରେ ଥିବା ଲଜଗୁଡ଼ିକୁ ୩ ହଜାର ବର୍ଗଫୁଟ୍‌ (୫୦ ଫୁଟ୍‌ରେ ୬୦ ଫୁଟ୍‌)ର ଜାଗା ଯୋଗାଇ ଦିଆଯିବ। ନିର୍ମାଣ ଖର୍ଚ୍ଚ ବାବଦକୁ ବର୍ଗଫୁଟ୍‌ ପିଛା ୭୫୦ ଟଙ୍କା ସହାୟତା ରାଶି ମିଳିବ।

ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷେତ୍ରରେ ଏକ କାଳୀନ ସହାୟତା ୩୦ ହଜାର ଟଙ୍କା ଓ ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଧାରିତ ଜାଗା ସରକାର ଯୋଗାଇ ଦେବେ। ବି‌ଶେଷ କରି ଜଗନ୍ନାଥ ବଲ୍ଲଭ, ଜେଲ୍‌ ରୋଡ୍ ଓ ଅନ୍ୟାନ୍ୟ ଜାଗାରେ ଏମାନଙ୍କୁ ଥଇଥାନ କରାଯିବ।

ମଠ କ୍ଷେତ୍ରରେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି, ଗାଦି ଓ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ ହେବ। ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକ ପୁନର୍ବିନ୍ୟାସ ସମୟରେ ମଠର କୀର୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବା ପାଇଁ ଥିବା ପାରମ୍ପରିକ ବ୍ୟବସ୍ଥାର ବଜାୟ ରହିବ। ମଠର ପାର୍କିଂ ବ୍ୟବସ୍ଥା, ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କଂପ୍ଲେକ୍ସରେ ଦୋକାନ ଘର ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe