ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାରେ ପ୍ୟାକେଜ୍‌ ଦର ବଦଳିବ

Advertisment

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରଠାରୁ ରୋଗୀ ଚିକିତ୍ସାକୁ ନେଇ ଘରୋଇ ହସ୍ପିଟାଲମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଫ୍‌ଟୱେୟାର, ଅପରେସନାଲ୍‌ ଓ ପ୍ୟାକେଜ ଦର ବିରୋଧରେ ଘରୋଇ ହସ୍ପିଟାଲମାନେ ସ୍ବର ଉଠାଇଥିଲେ।

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରଠାରୁ ରୋଗୀ ଚିକିତ୍ସାକୁ ନେଇ ଘରୋଇ ହସ୍ପିଟାଲମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଫ୍‌ଟୱେୟାର, ଅପରେସନାଲ୍‌ ଓ ପ୍ୟାକେଜ ଦର ବିରୋଧରେ ଘରୋଇ ହସ୍ପିଟାଲମାନେ ସ୍ବର ଉଠାଇଥିଲେ।

Ayushman Yojana

Ayushman Yojana

ଭୁ‌ବନେଶ୍ବର: ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରଠାରୁ ରୋଗୀ ଚିକିତ୍ସାକୁ ନେଇ ଘରୋଇ ହସ୍ପିଟାଲମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଫ୍‌ଟୱେୟାର, ଅପରେସନାଲ୍‌ ଓ ପ୍ୟାକେଜ ଦର ବିରୋଧରେ ଘରୋଇ ହସ୍ପିଟାଲମାନେ ସ୍ବର ଉଠାଇଥିଲେ। ଆଜି ରାଜ୍ୟ ସରକାର ଏହା ଉପରେ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଯେଉଁ କେତେଗୁଡ଼ିକ ରୋଗର ଚିକିତ୍ସାର ନେଇ ପ୍ୟାକେଜ୍ ଦର କମ୍ ରହିଛି ତାହାର ସମାଧାନ କରିବା ଲାଗି ରାଜ୍ୟ ସରକାର ରାଜି ହୋଇଥିବା ଘରୋଇ ହସ୍ପିଟାଲଙ୍କ ତରଫରୁ ସୂଚନା ମିଳିଛି। 

ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ଓ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ର ମିଶ୍ରଣରେ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ସୁବିଧା ଦିଆଯାଉଛି। ଚଳିତ ମାସ ୧୧ତାରିଖରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ପାଇଁ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ହ୍ରାସ ଦେଖିବାକୁ ମିଳିଥିଲା। ଏବେ ଯଦିଓ ଏଥିରେ କିଛିଟା ସୁଧାର ଆସିଛି ତଥାପି ସଂପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ହୋଇପାରିନାହିଁ। ବର୍ତ୍ତମାନ ଘରୋଇ ହସ୍ପିଟାଲରେ ଦୈନିକ ୫ହଜାର ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଉଥିବା ସୂଚନା ମିଳିଛି। 

ରାଜ୍ୟ ସରକାର-ଘରୋଇ ହସ୍ପିଟାଲ ପ୍ରତିନିଧିଙ୍କ ଆଲୋଚନା

ଆଜି ରାଜ୍ୟ ସ୍ବାସ୍ଥ୍ୟ ଆଶ୍ବାସନା ସମିତି(ସାସ୍‌)ର ଅଧିକାରୀଙ୍କ ନିକଟରେ ଘରୋଇ ହସ୍ପିଟାଲର ପ୍ରତିନିଧି ସେମାନଙ୍କ ରହିଥିବା ଦାବି ଉପସ୍ଥାପନ କରିଥିଲେ।  ଦାବି ଭିତରେ ରହିଛି, ପ୍ୟାକେଜ ଦର ଅତିକମ୍‌ରେ ୩୦% ବୃଦ୍ଧି, ପେସ୍‌ମେକର, ମେରୁଦଣ୍ଡ ଜନିତ ରୋଗ ପାଇଁ ରହିଥିବା ଇମ୍‌ପ୍ଲାଣ୍ଟର ଦରକୁ ବଢ଼ାଯାଉ। ଆୟୁଷ୍ମାନ ଭାରତ ସଫ୍‌ଟୱେୟାରଟି ଅତ୍ୟନ୍ତ ଧିମା। ରୋଗୀ ସେବା ଆବଶ୍ୟକ ସମୟରେ ଏହା ସମସ୍ୟା ସୃଷ୍ଟି କରୁଛି। ଆଇସିୟୁ-କ୍ରିଟିକାଲ କେୟାର ସମୟରେ ରୋଗୀଙ୍କ ଆଙ୍ଗୁଠିଛାପ ନେବା ପାଇଁ ଯେଉଁ ପ୍ରାବଧାନ ରହିଛି, ତାହା ବଦଳରେ ପରିବାର ଲୋକଙ୍କ ଆଙ୍ଗୁଠିଛାପ ବ୍ୟବସ୍ଥା ଆଦି ଉପରେ ଘରୋଇ ହସ୍ପିଟାଲ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଲ୍‌ ଓଡ଼ିଶା ଘରୋଇ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ର ସଂପାଦକ ଇନ୍ଦ୍ରମଣି ଜେନା କହିଛନ୍ତି, ସଫ୍‌ଟୱେୟାର ସମସ୍ୟାର ସମାଧାନ ହୋଇଥିବା ସରକାର କହିଛନ୍ତି। ତେବେ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲମାନେ ଯେଉଁ ଚିନ୍ତା ପ୍ରକଟ କରିଥିଲେ ତାହାର ସମାଧାନ ପାଇଁ ଆଉ ୨-୩ ଥର ବୈଠକ ବସିବ। ଏସବୁର ସମାଧାନ କରାଯିବ ବୋଲି ‘ସାସ୍’ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe