ପଡ଼ା ଗୁଳିକାଣ୍ଡ ଘଟଣା ୨ ଗିରଫ, ପିସ୍ତଲ ଜବତ

ପଡ଼ା ଗୁଳିକାଣ୍ଡ ଘଟଣା ୨ ଗିରଫ, ପିସ୍ତଲ ଜବତ

ବରଗଡ଼: ରବିବାର ରାତି ପ୍ରାୟ ୮ଟା ବେଳେ ବିଜେପୁର ବ୍ଲକ ପଡ଼ା ଗାଁରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ପୁଲିସ୍‌ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଘଟଣାର ମାଷ୍ଟରମାଇଣ୍ଡ ଅମ୍ବାପାଲିର ମହମ୍ମଦ ଅର୍ସଦ ଏବଂ ସୋହେଲା ଉପରପଡ଼ାର ସୁଶାନ୍ତ ଭୁଏ ଓରଫ ଚିଲ୍‌କେ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ଅଛି। ଗୁଳିକାଣ୍ଡ ବେଳେ ବ୍ୟବହାର ହୋଇଥିବା ଦେଶୀ ପିସ୍ତଲ ଏବଂ ଧଳା ରଙ୍ଗର ବଲେରୋ ଜବତ ହୋଇଥିବା ବରଗଡ଼ ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ଗୁଳିକାଣ୍ଡ ରାଜନୈତିକ ପୃଷ୍ଠଭୂମି ଯୋଗୁଁ ଘଟିନଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଅର୍ସଦ ଜଣେ କୁଖ୍ୟାତ ଅପରାଧୀ। ତା’ର ନାଁରେ ସୋହେଲା ଥାନାରେ ୪ଟି ଅପରାଧିକ ମାମଲା ରହିଛି। କେଉଁ ଉଦ୍ଦେଶ୍ୟରେ ଏମାନେ ଗୁଳି ଫୁଟାଇଲେ, କାରଣ ଜାଣିବାକୁ ଅଧିକ ତଦନ୍ତ ଆବଶ୍ୟକ। ତେଣୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଜେରା କରାଯିବ। ଏହାପରେ ଅସଲ କଥା ପଦାକୁ ଆସିବ ବୋଲି ଏସ୍‌ପି କହିଛନ୍ତି। ଘଟଣା ପରେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ସୋହେଲା ଏବଂ ବିଜେପୁର ଆଇଆଇସିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଅଭିଯୁକ୍ତମାନେ ମଂଗଳବାର ଦିନ ବେଳା ଲୁହୁରାଚଟିରେ ଗୋଟିଏ ଢାବାରେ ଖାଉଥିବାବେଳେ ପୁଲିସ୍‌ ଅଚାନକ ଚଢ଼ଉ କରିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ବରଗଡ଼ ଏସ୍‌ଡିପିଓ ସୁରେଶ ନାୟକ, ଥାନାଧିକାରୀ ବିଭୂତି ଭୂଷଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe