ନବନିର୍ମାଣର କର୍ପୋରେଟ ସଂଗ୍ରାମ ଆରମ୍ଭ; ଅଦାନୀ ବିରୋଧୀ ପଦଯତ୍ରା

Advertisment
ନବନିର୍ମାଣର କର୍ପୋରେଟ ସଂଗ୍ରାମ ଆରମ୍ଭ; ଅଦାନୀ ବିରୋଧୀ ପଦଯତ୍ରା
ଭଦ୍ରକ: ପବିତ୍ର ନେତାଜୀ ଜୟନ୍ତୀରେ ରାଜ୍ୟର ପ୍ରମୁଖ ନବନିର୍ମାଣ କୃଷକ ସଂଗଠନ କର୍ପୋରେଟ୍ ହଟାଅ, ସାଧାରଣତନ୍ତ୍ର ବଂଚାଅ ପଦଯାତ୍ରା ଅଭିଯାନ ଭଦ୍ରକର ଗାନ୍ଧିପଡ଼ିଆ ଠାରେ ସମବେତ୍ତ ପଦଯାତ୍ରୀମାନଙ୍କ ତରଫରୁ ସଂଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର, ସୂଚନା ଅଧୀକାର ନେତା ପ୍ରଦୀପ ପ୍ରଧାନ, ବିଶିଷ୍ଠ ସାମ୍ବାଦିକ ସତ୍ୟ ନାୟକ ଓ ରାଜ୍ୟ ସଂଯୋଜକ ଶେଶଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ ପ୍ରମୁଖ  ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଗାନ୍ଧିପଡ଼ିଆରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସଂଖ୍ୟା ଅଧାରରେ କ୍ଷୁଦ୍ର ହୋଇଥିଲେବି, ଆଦର୍ଶବାଦ ଗୋଷ୍ଠୀ ସଂଖ୍ୟା ଗରିଷ୍ଠ ଶକ୍ତିକୁ ସବୁ ବେଳେ ପରାସ୍ତ କରିଥାନ୍ତି। ଏହା ପଛର ବଡ କାହାଣୀ ହେଉଛି, ସାଧନ ଅପେକ୍ଷା ସାଧନାର ଶକ୍ତି ବେଶୀ।
ପଦଯାତ୍ରୀମାନଙ୍କୁ ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଓ ସାମାଜିକ ସଂଗଠକମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗ କରିଥିଲେ। ଏହ ସ୍ୱାଗତକାରୀ ଓ ପଦଯାତ୍ରୀଙ୍କୁ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ସମ୍ବୋଧିତ କରି କହିଲେ ଯେ, ଓଡ଼ିଶାରେ ଚାଷ ଓ ଚାଷୀର ଅବସ୍ଥା ସଂଗୀନ୍‌। କୃଷିବିଭାଗରେ ଆପତ୍ତି ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି, ଲୋକେ ସଶକ୍ତ ଆନ୍ଦୋଳନ କଲେ, ସରକାର ସେମାନଙ୍କୁ ନଷ୍କଲ କହୁଛନ୍ତି। କିନ୍ତୁ ଜନତାଙ୍କ ନ୍ୟାୟ ପୂର୍ଣ୍ଣ ଦାବି ପୂରଣ ଦିଗରେ ସରକାର ଠୋସ ଉଦ୍ୟମ କରୁନାହାଁନ୍ତି। ସୂଚନା ଅଧୀକାର ନେତା ପ୍ରଦୀପ ପ୍ରଧାନ କହିଲେ ଯେ, ଓନିଶାରେ ଗାଲୁ ଘୁରୁଡି ସରକାର ଚାଲିଛି। ଆମ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି କେବଳ ଜନତାଙ୍କୁ ଲୁଟ ଓ ଭ୍ରମିତ କରିବା।
publive-image
ପ୍ରକୃତ ପକ୍ଷେ, ଦେଶର ଅର୍ଣ୍ଣଦାତା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏକମାତ୍ର ରାଜ୍ୟ ସରକାରଙ୍କ ପଲିସି ହେଉଛି ଲୋକଙ୍କୁ ଲୁଟ୍ କରିବା। ଏ ଲୁଟର ବଡ଼ ମାଧ୍ୟମ ହେଉଛନ୍ତି  କର୍ପୋରେଟ୍‌। ଅଦାନୀ ଭଳି କମ୍ପାନି ମୋଦୀ ଓ ନବୀନଙ୍କ ପ୍ରିୟ ହୋଇଥିଲା ବେଳେ, ସେମାନେ ସ୍ଥାନୀୟ ଅଧୀବାସୀଙ୍କୁ ଶୋଷଣ କରିବା ସହ ସ୍ଥାନୀୟ ପ୍ରାକୃତିକ ସଂମ୍ପତ୍ତିକୁ  ଶାଗ-ମୁଗ ଦର ରେ କିଣି ନେଇ ଗରିବଙ୍କୁ ଶୋଷଣ କରୁଛନ୍ତି।  ଏହା ବିରୋଧରେ ନବ ନିର୍ମାଣ ସଂଗଠନର ଶହ ଶହ କର୍ମକର୍ତ୍ତା ଚାରିଦିନ ବ୍ୟାପୀ ପଦଯାତ୍ରାରେ ସାମିଲ ହୋଇଛନ୍ତି।
ଶୋଭା ଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ,ସର୍ବଶ୍ରୀ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ , ବାଲେଶ୍ଵର ଜିଲ୍ଲା ପ୍ରଭାରୀ ଡ.କୁଳମଣୀ, ରାଜ୍ୟ ଯୁବ ଛାତ୍ର ସଂଯୋଜକ ମନୋହର ଅଲ୍ଲୀ, ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଦିନେଶ ଦାସ, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଜେନା, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଦେବିପ୍ରସାଦ ମହାରଣା, ଗଜପତି ଜିଲ୍ଲା ପ୍ରଭାରୀ ରଞ୍ଜିତ ପଟ୍ଟନାୟକ,ଭଦ୍ରକ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହ ସଂଯୋଜକ ସତ୍ୟ ରଞ୍ଜନ ନାୟକ, ଭଦ୍ରକ ଜିଲ୍ଲା ଯୁବ ସଭାପତି ଜାହିର ଖାଁ, ଛାତ୍ର ସଭାପତି ପ୍ରଭାତ ମହାଳିକ,କଟକ ଜିଲ୍ଲା ସଭାପତି ବିଚିତ୍ର ପଣ୍ଡା, କେନ୍ଦୁଝର ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ନୟାଗଡ଼ ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା, ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରହଲାଦ ସାହୁ , କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଦୋଳଗୋବିନ୍ଦ ସାହୁ, ଜଗତସିଂହ ପୁର ଜିଲ୍ଲା ଯୁବ ଛାତ୍ର ସଂଯୋଜିକା ଶୁଭସ୍ମିତା, ପ୍ରସନ୍ନ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ପଦଯାତ୍ରୀମାନେ ଆଜି ତିହିଡିରେ ରାତ୍ର ଯାପନ କରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe