ପରୀକୁ ନ୍ୟାୟ ପାଇଁ ବିଜେପିର ୧୦ କିମି ବ୍ୟାପୀ ପଦଯାତ୍ରା

Advertisment
ପରୀକୁ ନ୍ୟାୟ ପାଇଁ ବିଜେପିର ୧୦ କିମି ବ୍ୟାପୀ ପଦଯାତ୍ରା

ପୋଲସରା/ବୁଗୁଡ଼ା: ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବିରେ ଆଜି ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ୧୦ କିଲୋମିଟର ବ୍ୟାପୀ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଯାଇଛି। ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ କର୍ମୀ ଓ ନେତା ମାନେ ରାଣୀପଡ଼ାସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ଠାରୁ ବାହାରିଥିଲେ। ପରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। ପରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ଟାଟା ମୋଟର୍ସରେ ଚାକିରିରେ ଠକେଇରେ ସଂପୃକ୍ତ ବହିଷ୍କୃତ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ଜିଲ୍ଲାର ଦୁଇ ବିଧାୟକ ସଂପୃକ୍ତ ଥିବାରୁ ଏହାର ମଧ୍ୟ ତଦନ୍ତ ଦାବି କରାଯାଇଥିଲା।

ଏହାସହ ରାଜ୍ୟର ବିଭିନ୍ନ ଜାଗାରୁ ନିଖୋଜ ଶିଶୁଙ୍କ ଉଦ୍ଧାର ପାଇଁ ଦାବି ହୋଇଛି। ସେଠାରୁ କର୍ମୀ ମାନେ ଚିରିକିପଡ଼ାଶାସନ ପର୍ଯ୍ୟନ୍ତ ଦଶ କିଲୋମିଟର ପଦଯାତ୍ରା କରି ବୁଗୁଡ଼ା ଅଭିମୁଖେ ବାହାରିଥିଲେ। ସେଠାରେ ସ୍ଥାନୀୟ ମଦନ ମୋହନ ଛକରେ ନଗର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଭିନ୍ନ ପ୍ଲାକାର୍ଡ଼ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe