ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ୱରରୁ ଯଦୁପୁରକୁ ବିଜେପିର ପଦଯାତ୍ରା

Advertisment
ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ୱରରୁ ଯଦୁପୁରକୁ ବିଜେପିର ପଦଯାତ୍ରା

ଭୁବନେଶ୍ୱର: ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା। ଭୁବନେଶ୍ୱରରୁ ନୟାଗଡ଼ ଜିଲ୍ଲାର ଯଦୁପୁରକୁ ବିଜେପିର ଏହି ପଦଯାତ୍ରା ବାହାରିଛି। ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ। ଆଜି ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଞ୍ଚିବ। ୨୧ତାରିଖରେ ଯାଆଁଳାରୁ ସାରୁଅ, ୨୨ତାରିଖରେ ସାରୁଅରୁ ପିଚୁକାଳି, ୨୩ ତାରିଖରେ ପିଚୁକୁଳିରୁ ଇଟାମାଟି, ୨୪ ତାରିଖରେ ଇଟାମାଟିରୁ ଯଦୁପୁର ପହଞ୍ଚିବ ଏହି ପଦଯାତ୍ରା।

୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି। ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କର ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe