Deccan Chronicle
ଖୁଣ୍ଟା: ପିଛା ଛାଡୁନାହିଁ ଖୁଣ୍ଟା ବ୍ଲକ୍ ବାହାନଡ଼ା ଲ୍ୟାମ୍ପ୍ସର ବିବାଦ। ଲ୍ୟାମ୍ପ୍ସର ତ୍ରୁଟିପୂର୍ଣ୍ଣ ପରିଚାଳନା ବ୍ୟବସ୍ଥାକୁ ଚାଷୀମାନେ ବିଭିନ୍ନ ସମୟରେ ପ୍ରତିବାଦ କରୁଥିବା ବେଳେ ଏବେ ଆଉଏକ ନୂଆ ଅଭିଯୋଗ ଆସିଛି। ଚଳିତ ବର୍ଷ ରବିଋତୁରେ ପଡ଼ିଆ ପଡିଥିବା ଚାଷଜମିର ମାଲିକଙ୍କ ନିକଟରୁ ଧାନ କିଣାଯାଇଥିବା ଅଭିଯୋଗ ଆଣିଛନ୍ତି କିଛି ଚାଷୀ। ଏହି ଲ୍ୟାମ୍ପ୍ସ ଅଧୀନରେ ଥିବା ଗୟଳମରା, ଭୋଳାଗଡ଼ିଆ ଉପକେନ୍ଦ୍ର ସହିତ ବାହାନଡ଼ା ଲ୍ୟାମ୍ପ୍ସରେ ରବି ଧାନ ବିକ୍ରି ପାଇଁ ୧୪ରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିଥିଲେ।
ତେବେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶିକା ମଧୁସ୍ମିତା ଦେ’ଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ ସମୟରେ କେତେକ ଚାଷୀ ଆଦୌ ଚାଷ କରିନଥିବା ଜଣାପଡ଼ିଥିଲା। ପରେ ଚାଷ ନଥାଇ ପଞ୍ଜିକୃତ ଚାଷୀଙ୍କ ନାମ ରଦ୍ଦ କରାଯାଇ ଅନ୍ୟ ଚାଷୀଙ୍କଠାରୁ ଧାନ କିଣା ଯାଇଥିଲା। ମାତ୍ର ଯେଉଁମାନଙ୍କ ପାଖରୁ ଧାନ କିଣାଗଲା ସେମାନେ ବି ଚାଷ କରିନଥିବା ଅଭିଯୋଗ କରି ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହି ଘଟଣାରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଚାଷୀମାନେ ଆନ୍ଦୋଳତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us