ବାର୍‌ହା ଉପଦ୍ରବରେ ଧାନ ଫସଲ ନଷ୍ଟ

Advertisment
ବାର୍‌ହା ଉପଦ୍ରବରେ ଧାନ ଫସଲ ନଷ୍ଟ

ସାହାଜପାଲ : ବୌଦ୍ଧ ରେଞ୍ଜ୍‌ ବହିରା ସେକସନ୍‌ ଅନ୍ତର୍ଗତ କଙ୍କଲା, କମ୍ପରା, ସଂଗ୍ରାମପୁର, ଡମ୍ବରୁଗାର୍ଡ, ସୀତାପୁର ମାନେଶ୍ୱର ଆଦି ଗ୍ରାମର ଶହଶହ ଏକର ଧାନ ଫସଲ ବାର୍‌ହାପଲଙ୍କ ଉପଦ୍ରବ ଯୋଗୁ ନଷ୍ଟ ହୋଇଯାଇଛି। ଡମ୍ବରୁଗାର୍ଡ ରିଜର୍ଭ ଜଙ୍ଗଲରୁ ବାର୍‌ହା ପଲ ଆସି ପାଚିଲା ଧାନ ଖାଇଦେବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏନେଇ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅମଳ ସମୟରେ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଗଲେଣି।

ଏଥିପାଇଁ କଙ୍କଲା ଗ୍ରାମର ରମେଶ ଦେହୁରୀ, ଗିରିଶ ମହାକୁଡ଼, କଷ୍ଟ ଦେହୁରୀ, ସୁରସ ମହାକୁଡ଼, ସମୀର ବେହେରା ଆଦି ଚାଷୀ ଗତ ୧୫ ଦିନ ହେବ ବନପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ବନପାଳ ବିଭିନ୍ନ ସରକାରୀ କାର୍ଯ୍ୟର ବାହାନା କରି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି। ଚାଷୀମାନେ ସିଧାସଳଖ ରେଞ୍ଜରଙ୍କୁ ଫୋନ୍‌ କରି ମଧ୍ୟ କିଛି ବି ସୁଫଳ ମିଳୁନାହିଁ। ଏନେଇ ବନପାଳ ପୁଷ୍ପାଞ୍ଜଳି ମେହେରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଫୋନ୍‌ ନଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ। ବୌଦ୍ଧ ରେଞ୍ଜର ପ୍ରଦୋଷ ମହାରଣାଙ୍କୁ ପଚାରିବାରୁ, ମୋ ପାଖକୁ ଚାଷୀ ଫୋନ୍‌ କରିଥିଲେ। ମୁଁ ଫରେଷ୍ଟରଙ୍କୁ କହୁଛି ଉକ୍ତ ଅଂଚଳ ଯାଇ ତଦନ୍ତ କରିବେ। ଚାଷୀଙ୍କୁ ନିଶ୍ଚୟ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଦୃଢ଼ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe