କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ ବନ୍ଧଗାଁ ପଞ୍ଚାୟତ ମାଣତୀରା ଗାଁର ରଘୁନାଥ ମହାନ୍ତଙ୍କ ଧାନଖେତରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ଧାନକଟା ଓ ଅମଳ ଯନ୍ତ୍ର ସଂପୂର୍ଣ୍ଣ ଜଳିଯାଇଛି। ସଟ୍ସର୍କିଟ୍ରୁ ନିଆଁ ଲାଗି ମେସିନ ଜଳିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଓ ମେସିନ ମାଲିକ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବାବୁଲି ଦେ କହିଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମ ସତ୍ତ୍ବେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ଭାରପ୍ରାପ୍ତ ଆଗ୍ନିକ ଅଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ବରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଏହି ମେସିନ ମୂଲ୍ୟ ୩୫ ଲକ୍ଷ ଟଙ୍କା। ଏହାର ଘଣ୍ଟା ପିଛା ଭଡ଼ାଦର ୩ ହଜାର ଟଙ୍କା ବୋଲି କୁହାଯାଇଛି। ଅଗ୍ନିକାଣ୍ଡରେ ସଂପୃକ୍ତ ଚାଷୀ ରଘୁନାଥଙ୍କର ୧୦ ରୁ ୧୫ ହଜାର ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ଧାନକ୍ଷେତରେ ନିଆଁ, ପୋଡ଼ିଗଲା ଅମଳ ମେସିନ
Advertisment
Follow Us