ଧାନ କମୁଛି, ମାଣ୍ଡିଆ ଚାଷ ବଢ଼ୁଛି

Advertisment

କେନ୍ଦୁଝର ଜିଲ୍ଲାରେ ବର୍ଷକୁ ବର୍ଷ ଧାନଚାଷ କମୁଥିବା ବେଳେ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ରେ ଚଳିତ ବର୍ଷ ମୋଟ ୨ଲକ୍ଷ ୭୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦୁଝର ଜିଲ୍ଲାରେ ବର୍ଷକୁ ବର୍ଷ ଧାନଚାଷ କମୁଥିବା ବେଳେ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ରେ ଚଳିତ ବର୍ଷ ମୋଟ ୨ଲକ୍ଷ ୭୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

dgjdgdgjgjd

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବର୍ଷକୁ ବର୍ଷ ଧାନଚାଷ କମୁଥିବା ବେଳେ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ରେ ଚଳିତ ବର୍ଷ ମୋଟ ୨ଲକ୍ଷ ୭୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ବିଭାଗର ଲକ୍ଷ୍ୟଧାର୍ଯ୍ୟ ଓ ଲକ୍ଷ୍ୟ ପୂରଣ ଭିତରେ ଅନେକ ବ୍ୟବଧାନ ରହୁଛି। ଯଦି ୨୦୨୩ର ତଥ୍ୟକୁ ଅନୁଶୀଳନ କରାଯାଏ ତେବେ ଖରିଫ ଋତୁରେ ୧ଲକ୍ଷ ୫୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ୨୦୨୪ରେ ଏହା ୧ ଲକ୍ଷ ୪୯ ହଜାର ହେକ୍ଟରକୁ ହ୍ରାସ ପାଇଛି। ସେହିପରି ୨୦୨୫ରେ ଚଳିତ ଖରିଫ ଋତୁରେ ମୋଟ ୧ଲକ୍ଷ ୫୬ ହଜାର ୭୮୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ମଧ୍ୟ ଏହି ଲକ୍ଷ୍ୟ ପୂରଣ ହେବନାହିଁ। ଆଜି ସୁଦ୍ଧା ମୋଟ ୧ ଲକ୍ଷ ୪୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଛି।

ଅନ୍ୟପଟେ ଜିଲ୍ଲାରେ ପ୍ରତିବର୍ଷ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। ୨୦୨୧ରେ ୨୨୬୭ ହେକ୍ଟର ଜମି‌ରେ ମାଣ୍ଡିଆ ଚାଷ ହୋଇଥିଲା। ୨୦୨୨ରେ ୨୩୨୫ ହେକ୍ଟର, ୨୦୨୩ରେ ୬୭୬୩ ହେକ୍ଟର, ୨୦୨୪ରେ ୮୭୩୬ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ଚଳିତ ବର୍ଷ ୧୦୪୨୬ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏଯାବତ୍‌ ୮୩୫୯ ହେକ୍ଟର ଜମିରେ ଚାଷ ସରିଲାଣି। କୃଷି ବିଭାଗର ତଥ୍ୟ ଅନୁସାରେ, ଆଉ କିଛି ଦିନ ମଧ୍ୟର ପ୍ରାୟ ୨ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେବ ବୋଲି ଆକଳନ କରାଯାଉଛି।

ଧାନଚାଷ କମିବାର ମୁଖ୍ୟ କାରଣ ଏଥିରେ ପରିଶ୍ରମ ବେଶି ଓ ଆୟ କମ୍‌ ବୋଲି କୁହାଯାଉଛି। ଏହା ଏକ ପାହାଡ଼ିଆ ଜିଲ୍ଲା ‌ହୋଇଥିବାରୁ ଅଧିକାଂଶ ଉଚ୍ଚା ଜମିରେ ଧାନଚାଷ ପାଇଁ ଜଳସେଚନ ସୁବିଧା ନାହିଁ। ଏହି କାରଣ ପାଇଁ ଚାଷୀମାନେ ଉଚ୍ଚ ବା ଢିପ ଜମିରେ ଆଉ ଧାନଚାଷ ନ କରି କମ୍‌ ଜଳ ଆବଶ୍ୟକ ହେଉଥିବା ମାଣ୍ଡିଆ, ମକା, ରାଶି ଭଳି ଚାଷ କରିବାକୁ ଆଗ୍ରହୀ ହେଉଛନ୍ତି। ସେହି ଦୃଷ୍ଟିରୁ ଗତ କିଛବର୍ଷ ଭିତରେ କେନ୍ଦୁଝର ଜିଲ୍ଲାରେ ଧାନଚାଷ କମୁଛି ଓ ‌ମାଣ୍ଡିଆ ଚାଷ ବଢ଼ିଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe