କୁଚିଣ୍ଡା ଉପଖଣ୍ଡରେ ଖୋଲା ଆକାଶ ତଳେ ୨୮ ହଜାର ୬୯୦ ପ୍ୟାକେଟ ଧାନ; ଯାଉ ନାହାନ୍ତି ମିଲର, ପ୍ରଶାସନ ବିରୋଧରେ କୁହୁଳୁଛି ଅସନ୍ତୋଷ

Advertisment
କୁଚିଣ୍ଡା ଉପଖଣ୍ଡରେ ଖୋଲା ଆକାଶ ତଳେ ୨୮ ହଜାର ୬୯୦ ପ୍ୟାକେଟ ଧାନ; ଯାଉ ନାହାନ୍ତି ମିଲର, ପ୍ରଶାସନ ବିରୋଧରେ କୁହୁଳୁଛି ଅସନ୍ତୋଷ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖୋଲା ଆକାଶ ତଳେ ପଡ଼ିଛି ୨୮୨ ଚାଷୀଙ୍କ ୨୮ ହଜାର ୬୯୦ ପ୍ୟାକେଟ ଧାନ। ମାତ୍ର ସପ୍ତାହ ମଧ୍ୟରେ ଏଭଳି ସ୍ଥିତି ରହିଛି, ଆଗାମୀ ଦିନରେ ଅବସ୍ଥା କଣ ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଲଗୁଡ଼ିକ ଏଠାକୁ ଯାଉନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅନ୍ୟଦିଗରେ ଧାନ ସଂଗ୍ରହ ସୁବ୍ୟବସ୍ଥିତ କରିବାରେ ପ୍ରଶାସନ ଫେଲ ମାରିଥିବା ଚାଷୀ ସଙ୍ଗଠନ ଅଭିଯୋଗ ହୋଇଛି।

ଜମନକିରା ବ୍ଲକରେ ଅବସ୍ଥା ଅତି ଗମ୍ଭୀର ରହିଛି। ଏଠାରେ ସ୍ଥିତ ଜମନକିରା ମଣ୍ଡିରେ ୧୦୨୦ ପ୍ୟାକେଟ, ଭୋଜପୁରରେ ୩୦୦୫ ପ୍ୟାକେଟ, ଡିମିରିମୁଣ୍ଡାରେ ୪୪୨୭ ପ୍ୟାକେଟ, ବଡ଼ମାଲରେ ୪୨୪୦ ପ୍ୟାକେଟ, ଫାସୀମାଲରେ ୧୭୦୭ ପ୍ୟାକେଟ, ଗୁଣ୍ଡରୁଚୁଆଁରେ ୧୦୭୦ , କୁସୁମୀରେ ୩୩୪ ପ୍ୟାକେଟ, କେଶାପାଲିରେ ୫୧୧ ପ୍ୟାକେଟ, ରଙ୍ଗିଆଟିକରାରେ ୧୦୧ ପ୍ୟାକେଟ, ଗଡ଼ପୋଶରେ ୭୦୦ ପ୍ୟାକେଟ, ଏସଏସଜିଗୁଡ଼ିକ ୯୫୬୯ ପ୍ୟାକେଟ ଧାନ ପଡ଼ିଛି। ଗତବର୍ଷ ମଧ୍ୟ କୁଚିଣ୍ଡା ଉପଖଣ୍ଡରେ ଏହିଭଳି ସ୍ଥିତି ସୃଷ୍ଟି ହୋଇ ଅନେକ ଦିନ ଧରି ଧାନ ପଡ଼ି ରହିଥିଲା। ଏଥିଯୋଗୁଁ ଚାଷୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ ସଂଗ୍ରହରେ ବିଭ୍ରାଟ ବରଦାସ୍ତ କରାଯିବ ନାହିଁ ଚାଷୀମାନେ ଆରମ୍ଭରୁହିଁ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe