ମଣ୍ଡିରେ କିଣା ହେଲାନି ଧାନ, ଶୀତକାକରରେ ଜଗିଲେ ଚାଷୀ

Advertisment
ଶସ୍ୟ ବଣ୍ଟନ ସ୍କିମ୍‌ର ମିଶ୍ରଣ ହେବ

ହରିଚନ୍ଦନପୁର : ହରିଚନ୍ଦନପୁର ମଣ୍ଡିରେ ଗୁରୁବାର ଧାନ କିଣିବା ପାଇଁ ବୁଧବାର ଦିନ ଲ୍ୟାମ୍ପସ ପକ୍ଷରୁ ୨୮ ଜଣ ଚାଷୀଙ୍କୁ କୁହାଯାଇଥିଲା। ଗୁରୁବାର ସକାଳୁ ସକାଳୁ ୨୦ ଜଣ ଚାଷୀ ପ୍ରାୟ ଏକହଜାର କୁଇଣ୍ଟାଲ ଧାନଆଣି ମଣ୍ଡିରେ ପହଞ୍ଚିଥିଲେ। ମାତ୍ର ସେମାନଙ୍କଠାରୁ ଧାନ କିଣାଗଲା ନାହିଁ। ସେପଟେ ଧାନ ନ କିଣିବାରୁ ମଣ୍ଡିରେ ଧାନ ରଖି ଶୀତକାକରରେ ଚାଷୀମାନେ ଧାନ ଜଗି ରହିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ୍ ହରିଚନ୍ଦନପୁର ମଣ୍ଡିରେ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଧାନ ପରିବହନ ପାଇଁ ମିଲର ଟ୍ରକ ପଠାଇଲେ ନାହିଁ। ଫଳରେ ଅପରାହ୍ଣ ପର୍ଯ୍ୟନ୍ତ ଧାନ କିଣାଯାଇ ପାରି ନଥିଲା। ପରେ ଟ୍ରକ ଆସିଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ କିଣା ହୋଇ ନଥିଲା। ଏକ ଗୋଦାମ ଗୃହ ଥିଲେ ମଧ୍ୟ ଲ୍ୟାମ୍ପସ କାହିଁକି ଚାଷୀଙ୍କ ଠାରୁ ଧାନ କିଣିଲା ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ଚାଷୀମାନେ ମଧ୍ୟ ଲ୍ୟାମ୍ପସ ସମ୍ମୁଖରେ ହୋହଲ୍ଲା କରିଥିଲେ। କିଛି ସମୟପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଏ ନେଇ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତ ଏବଂ ଚାଷୀ ପ୍ରତିନିଧି ସୁରଥ ଚନ୍ଦ୍ର ସାହୁ , କାହ୍ନୁ ଚରଣ ସାହୁ , ବିଜୟ କୁମାର ସାହୁ , ଆଲୋକ ସାହୁ, ଶ୍ୟାମସୁନ୍ଦର ମହାନ୍ତ ପ୍ରମୁଖଙ୍କୁ ନେଇ ଏକ ବୈଠକ ବସିଥିଲା। ଆଜିଠାରୁ ଧାନ କିଣା ସ୍ଵାଭାବିକ ହେବ ବୋଲି ଚାଷୀ ପ୍ରତିନିଧି ସୁରଥ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ଅନ୍ୟପଟେ ପ୍ରବଳ ଥଣ୍ଡା ସତ୍ତ୍ୱେ ଚାଷୀ ରଂଜନ କୁମାର ସାହୁଙ୍କ ସମେତ ୪ / ୫ ଚାଷୀ ମଣ୍ଡିରେ ଧାନ ଜଗି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe