ଧାନ ବିକ୍ରି କରି ପାରିନାହାନ୍ତି ୯୫୦୨ ଚାଷୀ, ପଛରେ ପଡ଼ିଛି ଉତ୍ତର ବାଲେଶ୍ବରରେ ଖରିଫ ଧାନ କିଣା

Advertisment
ବଡ଼ ମିଲରଙ୍କ କବ୍‌ଜାରେ ଧାନ ସଂଗ୍ରହ ବ୍ୟବସ୍ଥା: ଚେଇଁ ଶୋଇଛି ଯୋଗାଣ ବିଭାଗ

ଜଳେଶ୍ବର : ବାଲେଶ୍ବର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତ୍ତର ବାଲେଶ୍ବର ଅଞ୍ଚଳରେ ଖରିଫ ଧାନ ଅମଳକୁ ଦୁଇମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅଞ୍ଚଳର ୫୪ ସମବାୟ ସମିତି ଅଧୀନରେ ପଞ୍ଜିକୃତ ୨୬୬୮୯ ଜଣ ଚାଷୀଙ୍କ ମଧ୍ୟରୁ ଏବେ ବି ୯୫୦୨ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରି ପାରି ନାହାନ୍ତି। ଧାନ ବିକ୍ରି କରି ପାରିନଥିବା ଚାଷୀ ବଙ୍ଗୀୟ ବେପାରୀଙ୍କୁ ଶସ୍ତାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଯାହା ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ବିବରଣୀରୁ ପ୍ରକାଶ ଯେ, ଗତ ଖରିଫ ଋତୁରେ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଜଳେଶ୍ବ ବ୍ଲକରେ ୭୬୯୨ ଜଣ ଚାଷୀ ସେମାନଙ୍କ ନାମ ବ୍ଲକର ୧୯ଟି ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ। ସେହିପରି ଭୋଗରାଇ ବ୍ଲକରେ ସେହି ୧୯ଟି ସମବାୟ ସମିତିରେ ୧୧୫୬୪ ଜଣ ଓ ବାଲିଆପାଳ ବ୍ଲକରେ ୧୬ଟି ସମବାୟ ସମିତିରେ ୭୪୫୩ ଜଣ ଚାଷୀ ଧାନ ବିକ୍ରି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ମାତ୍ର, ଏବେ ବି ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ପାଖାପାଖି ଅଧା ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଉପରୋକ୍ତ ୩ ବ୍ଲକର ମୋଟ ୯୫୦୨ ଜଣ ଚାଷୀ ଧାନ ବିକ୍ରି କରିପାରି ନଥିବା ଜଣାପଡ଼ିଛି।

ଧାନ କିଣିବାକୁ ଟାର୍ଗେଟ୍‌ ମାଗିଲେ ମିଳୁନି, ଚାଷୀଙ୍କଠାରୁ କିଣାଯାଉଛି ୨୦ ପ୍ରତିଶତ କମ୍‌ ଧାନ
କେନ୍ଦୁଝର : ଗୋଟିଏ ପଟେ ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାକୁ ପ୍ରବର୍ତ୍ତାଉଛନ୍ତି ସରକାର। ଏପଟେ ଧାନ କିଣିବାକୁ ପ୍ରଶାସନକୁ ଟାର୍ଗେଟ ଦେଉନାହାନ୍ତି। ଫଳରେ ଚାଷୀ ଧାନ ବିକିବାକୁ ମଣ୍ଡିକୁ ଗଲେ ପାଇଥିବା ଟୋକନ ଅନୁସାରେ ଧାନ ବିକ୍ରି କରିପାରୁ ନାହାନ୍ତି। କେଉଁଠି ଚାଷୀଙ୍କଠାରୁ ୨୦ ପ୍ରତିଶତ ତ ଆଉ କେଉଁଠି ୪୦ ପ୍ରତିଶତ କମ୍‌ ଧାନ କିଣାଯାଉଛି।

କେନ୍ଦୁଝର ଜିଲ୍ଲାରେ ଆଜି ସୁଦ୍ଧା ୧୬ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କିଣିବାପାଇଁ ଟାର୍ଗେଟ ଥିବାବେଳେ କିଣାଯାଇଛି ୧୩ ଲକ୍ଷ ୯୭ ହଜାର କୁଇଣ୍ଟାଲ। ବର୍ତ୍ତମାନ ଅଧିକାଂଶ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଚାଷୀ ଧାନ ବିକ୍ରି କରିବା ପାଇଁ ଗଲେ ଧାର୍ଯ୍ୟ ଟୋକନର ୨୦ ପ୍ରତିଶତ କାଟି ବିକ୍ରି କରିବାକୁ କୁହାଯାଉଛି। କିଛିକିଛି ସ୍ଥାନରେ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ କଟାଯାଉଛି।

ତେଲକୋଇ କନ୍ତଲେଇ ଗ୍ରାମର ଯତୀନ୍ଦ୍ର ବିଶ୍ବାଳ ଧାନ ବିକ୍ରି କରିବାପାଇଁ ସରକାରୀ ନିୟମ ଅନୁସାରେ ପଞ୍ଜୀକରଣ କରିଥିଲେ। ଜାନୁଆରି ୧ ତାରିଖରେ ୭୫ କୁଇଣ୍ଟାଲ ଧାନ ବିକ୍ରି କରିବାପାଇଁ ତାଙ୍କୁ ଟୋକନ ମିଳିଥିଲା। ଆଜି ତାଙ୍କୁ ତେଲକୋଇ ମଣ୍ଡିକୁ ଡକାଯାଇଥିଲା। ସେଠାରେ ଧାନ ବିକ୍ରି କରିବା ପୂର୍ବରୁ ତାଙ୍କର ୨୦ ପ୍ରତିଶତ କମ୍‌ ଧାନ କିଣାଯିବ ବୋଲି କୁହାଯାଇଥିଲା। କମ୍‌ ଧାନ କିଣା ସମ୍ପର୍କରେ ଯତୀନ୍ଦ୍ର ଯାହାକୁ ପଚାରିଲେ ବି କୌଣସି ସଠିକ୍‌ ଉତ୍ତର ପାଇ ନଥିଲେ। ଫଳରେ ବାଧ୍ୟ ହୋଇ ୭୫ କୁଇଣ୍ଟାଲର ୨୦ ପ୍ରତିଶତ କମ୍‌ କରି ୬୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ।
ଧନୁର୍ଜୟପୁର ଗ୍ରାମର ପୁରୁଷୋତ୍ତମ ସ୍ବାଇଁ ୭୫ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟୋକନ ପାଇଥିଲେ। ମଣ୍ଡିରେ ତାଙ୍କଠାରୁ ୬୦ କୁଇଣ୍ଟାଲ ଧାନ କିଣିବାକୁ ସ୍ଥିର ହୋଇଛି।

ସେହିପରି କନ୍ତଲେଇ ଗ୍ରାମର ସାରଙ୍ଗଧର ସାହୁଙ୍କ ୫୭ କୁଇଣ୍ଟାଲ ଧାନ କିଣିବା ବଦଳରେ ୪୬ କୁଇଣ୍ଟାଲ, ତେଲକୋଇ ଗ୍ରାମର ଉମାକାନ୍ତ ବେହେରାଙ୍କ ୭୭ କୁଇଣ୍ଟାଲ ବଦଳରେ ୬୨ କୁଇଣ୍ଟାଲ ଧାନ କିଣିବାକୁ ମଣ୍ଡିରେ ସ୍ଥିର ହୋଇଛି। ଓରିଆ ଗ୍ରାମର ମନୋଜ କୁମାର ମହାନ୍ତଙ୍କ ୭୫ କୁଇଣ୍ଟାଲ ବଦଳରେ ୬୦ କୁଇଣ୍ଟାଲ ଧାନ କିଣାଯାଇଛି। ଯଦିଓ ଏହା ମାତ୍ର ୫ଜଣ ଚାଷୀଙ୍କର ଉଦାହରଣ, ମାତ୍ର ସମସ୍ତ ମଣ୍ଡିରେ ଚାଷୀଙ୍କଠାରୁ ଏଭଳି ୨୦ରୁ ୪୦ ପ୍ରତିଶତ କମ୍‌ ଧାନ କିଣାଯାଉଛି। ଫଳରେ ଚଷୀମାନେ କିଛି ଉପାୟ ନପାଇ ଘରକୁ ଧାନ ଫେରାଇ ଆଣିବା ପରିବର୍ତ୍ତେ ମଣ୍ଡି ବାହାରେ ବୁଲୁଥିବା ଦଲାଲଙ୍କୁ କମ୍‌ ମୂଲ୍ୟରେ ବିକ୍ରି କରିଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe