ଅନିଶ୍ଚିତତାରେ ଲାପ୍‌ସ ଟୋକନ ନବୀକରଣ: ଧାନ ବିକି ପାରିନାହାନ୍ତି ୩ ଲକ୍ଷରୁ ଅଧିକ ଚାଷୀ, ଗଞ୍ଜାମରେ ଜଟିଳ ସ୍ଥିତି

Advertisment
ଜାନୁଆରି ୧ରୁ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବ କେନ୍ଦ୍ର

The Hindu

ଭୁବନେଶ୍ବର : ମାର୍ଚ୍ଚ ୩୧ରେ ସରିଯିବ ସରକାରୀ ମଣ୍ଡିରେ ୨୦୨୧-୨୨ ଖରିଫ୍‌ ଧାନ ସଂଗ୍ରହ ଅବଧି। ପଞ୍ଜୀକୃତ ୧୫ ଲକ୍ଷ ୪୩ ହଜାର ୩୨୬ ଚାଷୀଙ୍କ ମଧ୍ୟରୁ ଏବ‌େ ବି ୩ ଲକ୍ଷ ୧୫ ହଜାର ୬୩୨ ମଣ୍ଡିରେ ଧାନ ବିକ୍ରି କରିପାରିନାହାନ୍ତି। ଅଧିକାଂଶ ଚାଷୀଙ୍କ ଟୋକନ ଲାପ୍‌ସ ହୋଇଯାଇଛି। ଲାପ୍‌ସ ହୋଇଯାଇଥିବା ଟୋକନର ନବୀକରଣ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ରାଜ୍ୟ ଯୋଗାଣ ବିଭାଗ ସଚିବଙ୍କୁ ଅନୁରୋଧ କରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଲାପ୍‌ସ ଟୋକନ ନବୀକରଣ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସବୁଠୁ ଗଞ୍ଜାମ ଜିଲ୍ଲାରେ ଚାଷୀମାନେ ପ୍ରଭା‌ବିତ ହୋଇଛନ୍ତି।

ଗଞ୍ଜାମ ଚାଷୀ ସୀମାଞ୍ଚଳ ନାଏକଙ୍କ କହିବା କଥା ଡିସେମ୍ବର ୨୯ରୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେଲା। କିନ୍ତୁ ମିଲର୍ସମାନେ ନ ଆସିବାରୁ ସେବା ସମବାୟ ସମିତିରୁ ଟାର୍ଗେଟ ପରିମାଣର ଧାନ ବିକ୍ରି ହେଲା ନାହିଁ। ମଣ୍ଡିରେ ଧାନ ପଡ଼ିରହିବାରୁ ଅନ୍ୟ ଚାଷୀମାନଙ୍କ ଧାନ ମଣ୍ଡିକୁ ଆସିପାରିଲାନାହିଁ। ତେଣୁ ଧାର୍ଯ୍ୟ ତାରିଖ ଗଡ଼ିଯିବାରୁ ଟୋକନ ଲାପ୍‌ସ ହୋଇଗଲା। ଏହାକୁ ନେଇ ଫେବ୍ରୁଆରି ୧୦ରେ ଚାଷୀମାନେ ଆନ୍ଦୋଳନ କରିବାରୁ ଟୋକନ ନବୀକରଣର ପ୍ରତିଶ୍ରୁତି ଦିଆଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ବି ଚାଷୀର ଲାପ୍‌ସ ଟୋକନ୍ ନବୀକରଣ ହୋଇନାହିଁ। ଏଣେ ମଣ୍ଡି ଅବଧି ମାର୍ଚ୍ଚ ୩୧ରେ ସରିବ। ଟୋକନ ସ୍ଥିତି ଯାହା ମାର୍ଚ୍ଚ ୧୭ ପରେ ମଣ୍ଡି‌ରୁ ଧାନ ଉଠିବା ସମ୍ଭବ ନୁହେଁ। ଏବେ ବି ଗଞ୍ଜାମ ଜିଲ୍ଲାର ୨୭, ୬୬୮ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ କେବେଠାରୁ ଅଘୋଷିତ ଭାବରେ ମଣ୍ଡି ବନ୍ଦ ହୋଇଗଲାଣି। ଏଠାରେ ଯଥାକ୍ରମେ ୧୮, ୫୮୧ ଓ ୪୮୦୨ ଚାଷୀ ଧାନ ବିକ୍ରି ପାରିନାହାନ୍ତି।

publive-image

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହନ୍ତି ଯେ ୮ ବର୍ଷ ହେଲା ଟୋକନ ବ୍ୟବସ୍ଥା ଚାଲୁଛି। କିନ୍ତୁ ୨ ବର୍ଷ ହେଲା ବିକ୍ରି ତାରିଖ ନିର୍ଧାରଣ କ୍ଷମତା ଜିଲ୍ଲାଠାରୁ ଛଡ଼ାଇ ନିଆଯାଇଛି। ଭୁବନେଶ୍ବରରୁ ନୀତି ପରିଚାଳନା ହେଉଥିବାରୁ ଏହି ସମସ୍ୟା ରହୁଛି। ପଞ୍ଜୀକରଣ ଆଧାରରେ ଭୁବନେଶ୍ବରରୁ ବିକ୍ରି ତାରିଖ ନିର୍ଧାରଣ ହେଉଛି। କିନ୍ତୁ ସ୍ଥାନୀୟ ପାଣିପାଗକୁ ହିସାବକୁ ନିଆଯାଉନାହିଁ। କେତେବେଳେ ଅମଳ ଆଗୁଆ ହେଉଛି ତ କେତେବେଳେ ବିଳମ୍ବିତ ହେଉଛି। ତେଣୁ ଜିଲ୍ଲା ସ୍ତରରେ ଟୋକନ ଜାରି କରିବା ଉଚିତ ବୋଲି ସେ କହନ୍ତି।

କଳାହାଣ୍ଡିରେ ୯୪୨୨ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ନିର୍ବାଚନ ଯୋଗୁଁ ବିକ୍ରି ବ୍ୟବସ୍ଥା ପ୍ରତି ଦୃଷ୍ଟି ନଦେବାରୁ କଳାହାଣ୍ଡି ସମେତ ଅନ୍ୟ ଜିଲ୍ଲାରେ ଟୋକନ ଲାପ୍‌ସ ହୋଇଛି। ଯାଜପୁର ଓ ଭଦ୍ରକର ବିଭିନ୍ନ ମଣ୍ଡିରେ ଧାନ ପଡ଼ିରହିଛି। ନିୟମାନୁସାରେ ଗୋଟିଏ ସମବାୟ ସମିତିର ଟାର୍ଗେଟ ସରିଯାଇଥିଲେ ଅନ୍ୟ ସମିତିକୁ ଟ୍ୟାଗ୍‌ କରିବା କଥା। ମାତ୍ର ଜିଲ୍ଲା ସ୍ତରରେ ଏହି ନିୟମକୁ ଅବହେଳା କରାଯାଇଛି। ତେବେ ଉଭୟ ଜିଲ୍ଲାର ଧାନ ସଂଗ୍ରହ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଧାନ ସଂଗ୍ରହ କମିଟିର ଏକ ଦଳ ସେଠାରେ ପହ଼ଞ୍ଚିଛନ୍ତି। ଭଦ୍ରକରେ ୧୮୦୨୯, ଯାଜପୁରରେ ୧୦ ୮୦୭ ଚାଷୀ ଧାନ ବିକ୍ରି କରିନାହାନ୍ତି। ଲାପ୍‌ସ ଟୋକନ ନବୀକରଣ ନହେଲେ ଚାଷୀମାନେ ମଣ୍ଡିରେ ଧାନ ବିକି ପାରିବେନାହିଁ। ଯୋଗାଣ ବିଭାଗର ସୂଚନାନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ କୋଟି ୫୧ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। ମଣ୍ଡିରେ ବିକ୍ରି ଅବଧି ଏକ ମାସ ରହିଛି। ଅବଧି ମଧ୍ୟରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ବିଭିନ୍ନ ସମୟରେ ମନେ ପକାଇ ଦିଆଯାଉଛି। କିନ୍ତୁ ଏହା ସତ୍ତ୍ବେ ଚାଷୀମାନେ ଧାନ ବିକ୍ରି କରିନପାରିଲେ, ସେମାନଙ୍କ ଟୋକନ ଲାପ୍‌ସ ହେବ। ତେଣୁ ଯୋଗାଣ ବିଭାଗର ଏହି କଥା ସତ ହେଲେ ଓ ଲାପ୍‌ସ ‌ଟୋକନ ନବୀକରଣ ନହେଲେ ଚାଷୀମାନେ ମଣ୍ଡିରେ ଧାନ ବିକିବା ସୁବିଧାରୁ ବଞ୍ଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe