ଏବେସୁଦ୍ଧା ଗତବର୍ଷ ତୁଳନାରେ ୫୬% ଅଧିକ ଧାନ ସଂଗ୍ରହ: ମନ୍ତ୍ରୀ

ସମଲେଶ୍ୱରୀ ଗ୍ରାମଦ୍ୟୋଗ ରାଇସମିଲରେ ଚାଷୀଙ୍କୁ ମାଡ଼; ଫାଣ୍ଡିରେ ଏତଲା, ଘଟଣାର ପ୍ରତିବାଦରେ ଚାଷୀଙ୍କ ଧାରଣା

tribuneindia.com

ଭୁବନେଶ୍ବର : ଚଳିତ ବର୍ଷ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଅଧିକ ପରିମାଣରେ ଧାନସଂଗ୍ରହ ହୋଇପାରିଛି। ଆଜି ସୁଦ୍ଧା ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ମୋଟ୍ ୧୧୪ ଲକ୍ଷ ୫୫ ହଜାର ୪୪୮ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଯାହାକି ଗତବର୍ଷ ଏହି ସମୟ ତୁଳନାରେ ୫୬% ଅଧିକ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହାସହିତ ବିଭାଗ ପକ୍ଷରୁ ଖୋଲାଯାଇଥିବା କଲ୍ ସେଣ୍ଟର ଜରିଆରେ ଚାଷୀମାନଙ୍କ ମୋବାଇଲରେ ସିଧାସଳଖ କଥାବାର୍ତ୍ତା କରାଯାଇ ଧାନସଂଗ୍ରହ କେନ୍ଦ୍ରର ବ୍ୟବସ୍ଥା, ଆଗୁଆ ଟୋକେନ୍ ପ୍ରଦାନ ଏବଂ ଧାନ କିଣା ବାବଦ ଅର୍ଥ ପ୍ରଦାନ ବିଷୟରେ ମତାମତ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ବରଗଡ଼ ଜିଲ୍ଲାରେ ସବୁଠୁ ଅଧିକ ଧାନ ସଂଗ୍ରହ ହୋଇଛି। ଏବେସୁଦ୍ଧା ସେଠାରେ ୩୮ ଲକ୍ଷ ୧୧ ହଜାର ୮୯୨ କ୍ବିଣ୍ଟାଲ ଧାନସଂଗ୍ରହ କରାଯାଇପାରିଛି। ଯାହାକି ଗତବର୍ଷ ତୁଳନାରେ ୮% ଅଧିକ। ସେହିପରି ବଲାଙ୍ଗୀରରେ ୮ ଲକ୍ଷ ୯୯ ହଜାର ୬୩୪ କ୍ବିଣ୍ଟାଲ, କଳାହାଣ୍ଡିରେ ୧୬ ଲକ୍ଷ ୩୨ ହଜାର ୯୯୯ , ମାଲକାନଗିରିରେ ୪ ଲକ୍ଷ ୮୯ ହଜାର ୪୮୯ , ନୂଆପଡ଼ାରେ ୩ ଲକ୍ଷ ୯୯ ହଜାର ୪୩୯ , ସମ୍ବଲପୁରରେ ୧୨ ଲକ୍ଷ ୨ ହଜାର ୩୨୭, ସୁବର୍ଣ୍ଣପୁରରେ ୧୧ ଲକ୍ଷ ୮ ହଜାର ୪୪୦ ଏବଂ ସୁନ୍ଦରଗଡ଼ରେ ୨ ଲକ୍ଷ ୧୬ ହଜାର ୩୦୮ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe