ପୁଣି ରବିରେ ବିଭ୍ରାଟ: ଖୋଲା ବଜାରକୁ ଆସିଲାଣି ଧାନ

Advertisment
ଧାନ, ଚାଉଳ ଯାଞ୍ଚ ପାଇଁ ପୁଣି ପହଞ୍ଚିଲା ଦୁଇ କେନ୍ଦ୍ରୀୟ ଟିମ୍‌

ବରଗଡ଼ : ଖରିଫ ଭଳି ଆଗାମୀ ରବି ଚାଷରେ ବି ବରଗଡ଼ ଜିଲ୍ଲାର ଚାଷୀ ବିଭ୍ରାଟର ଶିକାର ହେବ‌େ। ବର୍ତମାନ ଧାନକିଣା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟ ମଧ୍ୟରେ ରହିଛି। କିନ୍ତୁ ହଜାର ହଜାର ଚାଷୀ ଧାନ ବିକି ନାହାନ୍ତି। ପାଖାପାଖି ୧୦ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ଖୋଲା ବଜାରକୁ ଆସିବ ବୋଲି ଖୋଦ୍‌ ଚାଷୀମାନେ ଏହି ଆକଳନ କରିଛନ୍ତି। ଏଥିପାଇଁ ବଳିଷ୍ଠ ଯୁକ୍ତି ବି ରହିଛି। ପ୍ରଥମତଃ ଜିଲ୍ଲାରେ କେଉଁ ଋତୁରେ କେତେ ଜମିରେ କେତେ ଧାନ ଚାଷ ହେଲା, ତାହାର ହିସାବ କାହାରି ପାଖରେ ନାହିଁ। ଦ୍ବିତୀୟତଃ, ରାଜ୍ୟସରକାର ଯେତିକି ଧାନ କିଣା ଟାର୍ଗେଟ ନିର୍ଦ୍ଧାରଣ କରିଛନ୍ତି, ସେହି ହିସାବରେ ରବି ଫସଲ ପାଇଁ ଟାର୍ଗେଟ ଅତି କମ୍‌ ରହିଛି। ଅର୍ଥାତ ଗତବର୍ଷ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଏଥର ବି ତାହା କାଏମ୍‌ ରହିଛି।

publive-image Agriculture Post

ଏଥର ରବିଧାନ କିିଣିବାକୁ ୭୮ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ବର୍ତମାନ ଯାଏଁ ୫୭୩୦୧ ଜଣ ଚାଷୀ ଧାନ ବିକିଛନ୍ତି। ଜିଲ୍ଲାରେ ମୋଟ୍‌ ୩୯,୧୫,୦୯୯ କ୍ବିଣ୍ଟାଲଧାନ ବିକ୍ରି ହୋଇଛି। ଅର୍ଥାତ ପାଖାପାଖି ୨୦ହଜାର ଚାଷୀଙ୍କ ଧାନ ଏଯାଏଁ କିଣା ହୋଇନାହିଁ। ଅଧିକାଂଶ ଚାଷୀଙ୍କ ଟୋକନ୍‌ ଅବଧି  ଆଉ ଅଳ୍ପ ଦିନ ଥିବାବେଳେ ମଣ୍ଡିରୁ ମିଲର୍ସ ଧାନ ଉଠାଉ ନାହାନ୍ତି। ଫଳରେ ଅଧିକାଂଶ ଚାଷୀ ସିଧାସଳଖ ମିଲ୍‌କୁ ଧାନ ବୋହି‌ ନେଉଛନ୍ତି। ସ୍ବଳ୍ପ ଦରରେ ଧାନ ବିକୁୁଛନ୍ତି। ରବି ଧାନ କିଣା ଆରମ୍ଭ ଦିନରୁ ଖୋଲା ବଜାରରେ ଧାନବିକ୍ରି ଆରମ୍ଭ ହୋଇଛି। ବିଳମ୍ବରେ ଧାନ କିଣା ପୁଣି ଚାଷୀଙ୍କ ପାଇଁ କାଳ ସାଜିଛି। ସାଧରଣତଃ ରବିଧାନ ପାଇଁ ମେ’ ୧ରୁ ଜୁନ୍‌ ୩୦ ମଣ୍ଡି ବ୍ୟବସ୍ଥା ରହିବା କଥା। କିନ୍ତୁ ଅତାବିରା ଓ ବରଗଡ଼ ଆର୍‌ଏମ୍‌ସି ଅଧିନରେ ୧୨ ତାରିଖ ଓ ପଦ୍ମପୁର ଆର୍‌ଏମ୍‌ସି ଇଲାକାରେ ୧୫ ତାରିଖରୁ ମଣ୍ଡି ଖୋଲିଛି। ଅର୍ଥାତ ବିଳମ୍ବରେ ମଣ୍ଡି ଖୋଲୁଥିବାରୁ ସୁଚାରୁ ଭାବେ ଧାନ ଉଠାଇବା କାଠିକର ହୋଇଛି। ଏଥର ଜିଲ୍ଲାର ୧୫୬ଟି ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ଧାନ କିଣା ହୋଇଛି। ଏଥିରେ ୭୪ଟି ମଣ୍ଡି ଏବଂ ୮୨ଟି କ୍ରୟ କେନ୍ଦ୍ର ସାମିଲ ରହିଛି। କିନ୍ତୁ କୌଣସି ସ୍ଥାନରେ ସୁଚାରୁ ଭାବେ ଧାନ ଉଠୁନାହିଁ। କଟ୍‌ନି ଛଟ୍‌ନି ନହେଲେ ମିଲର୍ସ ଧାନରେ ହାତମାରୁ ନାହାନ୍ତି।

ଅନ୍ୟପକ୍ଷରେ ଟାର୍ଗେଟ୍‌କୁ ନେଇ ଲାଗିଥିବା ଦ୍ବନ୍ଦ୍ବ ବି ମହଂଗା ପଡ଼ିଛି। ରାଜ୍ୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୭୭ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଟାର୍ଗେଟ ନିର୍ଦ୍ଧାରଣ କରାଯାଇଥିଲା। ଏଥିରୁ ଗତ ଖରିଫରେ ୬୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଟାର୍ଗେଟ୍‌ ରହିଥିଲା। କିନ୍ତୁ କିଣା ହେଲା ମାତ୍ର ୫୭ ଲକ୍ଷ ମେଟ୍ରିକ୍‌ ଟନ୍‌। ଏହି ଆଧାରରେ ରବି ପାଇଁ ପର୍ଯ୍ୟାପ୍ତ ଟାର୍ଗେଟ୍‌ ରଖି ଧାନ କିଣିବା କଥା। କିନ୍ତୁ ଏଥର ରବି ପାଇଁ ଟାର୍ଗେଟ୍‌ ରହିଛି ମାତ୍ର ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌। ଫଳରେ ଜିଲ୍ଲା‌ରେ ପ୍ରତି ବର୍ଷ ଧାନ ସଂଗ୍ରହ ପରିମାଣ କମି କମି ଯାଉଛି। ୨୦୨୦ ରବିରେ ଜିଲ୍ଲାରେ ୫୭ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଯାହା ୨୦୨୧ରେ ଖସି ୫୨ ଲକ୍ଷ କ୍ବିଣ୍ଟାଲକୁ ପହଂଚିଥିଲା। ଯଦି ରାଜ୍ୟ ସାରା ଟା‌େର୍ଗଟ୍‌ କଥା ଚିନ୍ତା କରାଯାଏ, ତେ‌େବ ବରଗଡ଼ରେ ଗତବର୍ଷ ତୁଳନାରେ ଆହୁରି କମ୍‌ ଧାନ ସଂଗ୍ରହ ହେବ। ତେଣୁ ଧାର୍ଯ୍ୟ ଦିନ ପୂର୍ବରୁ ପୁଣି ମଣ୍ଡି ବନ୍ଦ ହେବା ବି ଆଶଂକା ଦେଖା ଦେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe