ଘଟଗାଁ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା: ଏଆର୍‌ସିଏସ୍‌ଙ୍କୁ ଫେରାଦ ହେଲେ ଚାଷୀ

Advertisment
ଘଟଗାଁ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା: ଏଆର୍‌ସିଏସ୍‌ଙ୍କୁ ଫେରାଦ ହେଲେ ଚାଷୀ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଆର୍‌ସିଏସ୍‌ ଅଜୟ କୁମାର ସେଠୀ ମଣ୍ଡି ପରିଦର୍ଶନରେ ଆସିଥିବାବେଳେ ଚାଷୀମାନେ ତାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ମିଲର୍‌ଙ୍କ ମନମାନି ଯୋଗୁଁ ମଣ୍ଡିରୁ ଧାନ ଉଠୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଗତକାଲି କିଛି ଚାଷୀ ମଣ୍ଡିକୁ ଧାନ ନେଇ ଆସିଥିଲେ। ୫ଜଣ ଚାଷୀଙ୍କ ଧାନ କିଣା ହୋଇପାରି ନଥିଲା। ଫଳରେ ସମ୍ପୃକ୍ତ ଚାଷୀମାନେ ରାତି ଉଜାଗର ହୋଇ ମଣ୍ଡିରେ ଧାନ ଜଗିଥିଲେ। ଏ ସମ୍ପର୍କରେ ଜାଣିବା ପରେ ଏଆର୍‌ସିଏସ୍‌ ଶ୍ରୀ ସେଠୀ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଚାଷୀଙ୍କ ଧାନ କିଣିବାକୁ ନିର୍ଦେଶ ଦେଇଥିଲେ। ମିଲର୍‌ ଗାଡ଼ି ନ ପଠାଇବାରୁ ଏହି ସମସ୍ୟା ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରତିଦିନ ଦୁଇହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ମିଲର୍‌ ଚୁକ୍ତି କରିଥିବା ବେଳେ କାହିଁକି ୫୦୦ କୁଇଣ୍ଟାଲ ଧାନ କିଣାଯାଉଛି ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ। ଲ୍ୟାମ୍ପସ୍‌ ପରିଚାଳନା ‌ନିର୍ଦେଶକ ଏତିକି ଧାନ କିଣିବା ପାଇଁ କହୁଥିବା ଏପିପିଓ ବିଜୟ ପଲେଇ କହିଥିଲେ। ସେହିପରି ମିଲର୍‌ଙ୍କ ମନମାନି ଯୋଗୁଁ ଗୋଦାମରେ ୧୫୦୦ ବସ୍ତା ଧାନ ମହଜୁଦ ଥିବା ଜଣାପଡ଼ିଛି। ସେହିପରି ଧାନ ଓଜନ ପାଇଁ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୬ ଟଙ୍କା ନିଆଯିବା ଏବଂ ମଣ୍ଡିରେ ସେଡ୍‌ ତିଆରି ହେଉ ନଥିବାରୁ ଏଆର୍‌ସିଏସ୍‌ ଶ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ସେଡ୍‌ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe