ଚିନ୍ତାରେ ଏସ୍‌ଏଚ୍‌ଜି: ଧାନ କିଣାର କୋଟିଏ ଟଙ୍କା ବାକି, ସୁନା ଗହଣା ବିକ୍ରି କରି ଦେଇଥିଲେ ଟଙ୍କା

Advertisment
୨୪ କୋଟି ଟଙ୍କାର ଧାନ ଚଳୁ, ୧୦ ବର୍ଷ ପରେ ବି ଯୋଗାଣ ନିଗମ ଫେରିପାଉନି କଷ୍ଟମ୍‌ ମିଲିଂ ଚାଉଳ

ନୂଆପଡ଼ା : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି। ଏପରିକି ସେମାନଙ୍କୁ ଧାନ କ୍ରୟରେ ମଧ୍ୟ ସାମିଲ କରାଯାଇଛି। ହେଲେ ସରକାରଙ୍କ ନିକଟରେ ଏସ୍‌ଏଚ୍‌ଜିର କୋଟିଏରୁ ଅଧିକ ଟଙ୍କା ବାକି ପଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁମାନେ ସୁନା ଗହଣା ବିକ୍ରି ଓ ବନ୍ଧା ପକାଇ ଟଙ୍କା ଦେଇଥିଲେ ମହିଳା ଏବେ ଚିନ୍ତାରେ ଅଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପରିବାରରେ ଅଶାନ୍ତି ସୃ‌ଷ୍ଟି ହେଉଥିବା ମହିଳାମାନେ କହିଛନ୍ତି। ରାଜ୍ୟ ସରକାର ଏସ୍‌ଏଚ୍‌ଜି ଗ୍ରୁପମାନଙ୍କୁ ସେମାନଙ୍କର କମିସନ୍‌ ଟଙ୍କା ଦେଇ ନଥିବାରୁ ଜିଲ୍ଲାରେ ବହୁ ଗ୍ରୁପ ନିଜ ଟଙ୍କାରେ ହେମାଲିଙ୍କ ପାଇସା ଦେଇଥିବା ଜଣାପଡିଛି। ଫଳରେ ଚଳିତ ବର୍ଷ ମଧ୍ୟ ଏପରି ସ୍ଥିତ ହୁଏ ତାହେଲେ ଏସ୍‌ଏଚ୍‌ଜି ମହିଳାଙ୍କଠାରେ ହେମାଲମାନଙ୍କ ପରିଶ୍ରମ ଦେବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ ବୋଲି କହିଛନ୍ତି। ସରକାରଙ୍କ ଏହି ଅବହେଳା ହେତୁ ଏସ୍‌ଏଚ୍‌ଜି ମହିଳାମାନେ ଧାନ କିଣିବାକୁ ଆଉ ଇଚ୍ଛୁକ ନୁହନ୍ତି ବୋଲି କହିଛନ୍ତି।

ନୂଆପଡ଼ା ଜିଲ୍ଲାରେ ୨୦୨୦-୨୧ ବର୍ଷରେ ୨୨ଟି ଏସ୍‌ଏଚ୍‌ଜିର ମହିଳା ୩, ୩୮, ୦୪୭ କ୍ବିଣ୍ଟାଲ‌େ ଧାନ କ୍ରୟ କରିଛନ୍ତି। ସରକାର ନିୟମ ଅନୁଯାୟୀ ଜିଲ୍ଲାର ପ୍ରତି ଏସ୍‌ଏଚ୍‌ଜିକୁ କ୍ବିଣ୍ଟାଲ ପିଛି ୩୧ ଟଙ୍କା ୨୫ ପଇସା କମିସନ ରହିଛି। ସେପରି ହେମାଲିଙ୍କ ପାଇଁ କ୍ବିଣ୍ଟାଲ ପିଛା ୮ ଟଙ୍କା ୭୫ ପଇସା ରହିଛି। ହେଲେ ନୂଆପଡ଼ା ଜିଲ୍ଲାରେ ଏସ୍‌ଏଚ୍‌ଜିକୁ ଆଜି ସୁଦ୍ଧା ଟଙ୍କାଟିଏ ମିଳିନହିଁ। ଚଳିତ ବର୍ଷ ମଧ୍ୟ ସରକାର ପୁଣି ଧାନ କିଣିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଗ୍ରୁପର ମହିଳାମାନେ ଇଚ୍ଛା ନଥାଇ ମଧ୍ୟ କିଣିବାକୁ ବାଧ୍ୟ ହେଇଛନ୍ତି। ମିଳିଥିବା ସୂଚନାଅନୁଯାୟୀ ୨୦୨୦-୨୧ ରେ ଜିଲ୍ଲାର ୨୨ଟି ଏସ୍‌ଏଚ୍‌ଜି କମିସନ ବାବଦକୁ ୧ କୋଟି ୫ ଲକ୍ଷ ଟଙ୍କା ସରକାର ନୂଆପଡ଼ା ଏସ୍‌ଏଚ୍‌ଜିମାନଙ୍କୁ ଦେବାକଥା। ହେଲେ ଆଜି ପର୍ଯ୍ୟନ୍ତି ଜିଲ୍ଲାର ଗୋଟିଏ ମଧ୍ୟ ଗ୍ରୁପକୁ ଟଙ୍କାଟିଏ ମିଳି ନାହିଁ। ମହିଳାମାନେ ସୁନା ବିକ୍ରି କରି ହେମାଲିମାନଙ୍କ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି।

ଜିଲ୍ଲାର କେନ୍ଦୁବେହେରା ଜୟ ମାଁ ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ ୨୦୨୦-୨୧ ରେ ୧୩ ହଜାର ୮୮୩ କ୍ବିଣ୍ଟାଲ ଧାନ କ୍ରୟ କରିଥିଲେ। ହେଲେ ସେମାନଙ୍କ କମିସନ ୪ ଲକ୍ଷ ଟଙ୍କାରୁ ଅଧିକ ହେଉଥିବା ବେଳେ ହେମାଲମାନଙ୍କ ୧ଲକ୍ଷ ୨୧ ହଜାର ଟଙ୍କା କେନ୍ଦୁବେହେରା ଏସଏଚଜି ଗ୍ରୁପ ମହିଳାମାନେ ସୁନା ଗହଣା ବିକ୍ର କରିବା ସହ ଧାର କରଜ କରି ହେମାଲିମାନଙ୍କ ଟଙ୍କା ଦେଇଥିବା ଗୋଷ୍ଠୀ ସଭାପତି ଜାନକୀ ଶବର, ସମ୍ପାଦକ ସଲିନା ଶବର ପ୍ରକାଶ କରିଛନ୍ତି। ମିଲିଥିବା ସୂଚନା ଅନୁଯାୟୀ ରାଜ୍ୟ ସକରାର ନୂଆପଡ଼ା ଜିଲ୍ଲା ଏସଏଚଜିମାନଙ୍କୁ ୯୧ ଲକ୍ଷ ଟଙ୍କା ଦେଇଥିବା ବେଳେ ଯୋଗାଣ ବିଭାଗ ଡିଡିଏସ ବାବଦକୁ ୬ଲକ୍ଷ ଟଙ୍କା ନେଇଛି। ବାକି ୮୫ ଲକ୍ଷ ଟଙ୍କା ମିସନ୍‌ ଶକ୍ତିକୁ ଦିଆଯାଇଛି। ମିଶନ ଶକ୍ତି ଏସ୍‌ଏଚ୍‌ଜି ଆକାଉଣ୍ଟକୁ ଏହି ଟଙ୍କା ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe