‘ଏଫ୍‌ଏକ୍ୟୁ ଆଳରେ କଟ୍‌ନି ଛଟ୍‌ନି ବନ୍ଦ କର’

Advertisment

ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

‘ଏଫ୍‌ଏକ୍ୟୁ ଆଳରେ କଟ୍‌ନି ଛଟ୍‌ନି ବନ୍ଦ କର’

ଜୟପୁର : ବିନା ସର୍ତରେ ଚାଷୀଙ୍କ ଠାରୁ ଧାନ ଉଠାଅ। ଏଫଏକ୍ୟୁ ଆଳରେ କଟନି ଛଟନି ବନ୍ଦ କର। ଚାଷୀଙ୍କ ପାଇଁ ଏମିତି ସ୍ବର ଉଠାଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ। ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥକୁ କଂଗ୍ରେସ କର୍ମୀ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଅନ୍ୟପଟେ ଆଜି ଦିନତମାମ ଜାତୀୟ ରାଜପଥ ଦେଇ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

କୋରାପୁଟ ଜିଲ୍ଲାରେ ଏଫଏକ୍ୟୁ ମାନକୁ ନେଇ ମଣ୍ଡିରୁ ଧାନ ଉଠିପାରୁନି। ବିଭିନ୍ନ ମଣ୍ଡିରେ ଧାନ କାଟି ରଖିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବୋଲି ଗତକାଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ। ମଣ୍ଡିରେ ଚାଷୀ ମାରଣ ନୀତି ଅବଲମ୍ବନ କରାଯାଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ୫ଘଣ୍ଟିଆ ରାସ୍ତାରୋକ ପାଇଁ ଆହ୍ବାନ ଦେଇଥିଲେ।

ଆଜି ସକାଳ ୯ଟାରୁ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଟ୍ରକ ଅଟକି ରହିଥିଲା। ରାସ୍ତାରୋକ ଯୋଗୁଁ ସହରର କିଛି ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା।

ଜିଲ୍ଲା କୃଷକ ସେଲ୍ ସଭାପତି କୃଷ୍ଣ ଚନ୍ଦ୍ର ନେପାକ, ପୂର୍ବତନ ବିଧାୟକ ନିମାଇ ସରକାର, ସପ୍ତଗିରି ଉଲ୍ଲାକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାମ ପ୍ରସାଦ ପାଢ଼ୀ, ଟାଉନ ସଭାପତି ନରି ମହାନ୍ତି, ନିହାର ବିଷୋୟୀ, କେ.ଭାନୁ ଦୋରା, କାର୍ଯ୍ୟକାରୀ ସଭାପତି ରୁପକ ତୁରକ, ପ୍ରଫୁଲ୍ଲ ଭତରା, ସୂର୍ଯ୍ୟ ପଟ୍ଟନାୟକ, ବ୍ରଜାନନ୍ଦ ନାଗ, ସୁଧୀର ପାଢ଼ୀ, ହରି ବେହେରା, ତାରିଣୀ ପାଣିଗ୍ରାହୀ, ହରି ମଲ୍ଲିକ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ଟିଙ୍କୁ ନାୟକ, ରାମ ନାୟକ, ଦୁର୍ଗା ପ୍ରସାଦ ଶର୍ମା, ଭାସ୍କର ପଟ୍ଟନାୟକ, ଗିରିଶ ପାଣିଗ୍ରାହୀ, ତାରୱାଲ ଖରା, ନରସିଂହ ନାୟକ ପ୍ରମୁଖ ରାସ୍ତାରୋକରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe