ଧାନ ପରିବହନ ଆଳରେ ମିଲର୍‌ ମାଲାମାଲ୍‌: ୨ ବର୍ଷରେ ନେଇଛନ୍ତି ୪ କୋଟି ଟଙ୍କା

Advertisment
ଶସ୍ୟ ବଣ୍ଟନ ସ୍କିମ୍‌ର ମିଶ୍ରଣ ହେବ

କେନ୍ଦୁଝର : ମଣ୍ଡିରୁ ଧାନ ବୋହି ମିଲର୍‌ ମାଲାମାଲ। ଏହି କାମରେ ମିଲର୍‌ଙ୍କୁ ହାତଖୋଲା ସହଯୋଗ କରୁଛି ଯୋଗାଣ ବିଭାଗ। ଉଦ୍ଦେଶ୍ୟମୂଳକ ଭାବେ ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ପରିବହନ କରିବାକୁ ଟେଣ୍ଡର ଚୂଡ଼ାନ୍ତ ନ କରି ମିଲ୍‌ରଙ୍କ ଦ୍ବାରା ଚାଲିଛି ଧାନ ବୁହା। ଗତ ଦୁଇବର୍ଷରେ ଏ ବାବଦକୁ ସରକାରୀ ରାଜକୋଷରୁ ମିଲର୍‌ଙ୍କ ପକେଟକୁ ଯାଇଛି ୩ କୋଟି ୯୨ ଲକ୍ଷ ୮ ହଜାର ୫୯୨ ଟଙ୍କା‌।

ଧାନ କିଣା ପ୍ରକ୍ରିୟାରେ ମିଲର୍‌ଙ୍କ ମୂଳ ଦାୟିତ୍ବ ହେଉଛି ସରକାରଙ୍କ ପାଖରୁ ଧାନ କଣିବା ଏବଂ ତାକୁ ମିଲିଂ କରିବା ପରେ ସରକାରଙ୍କୁ ଚାଉଳ ଯୋଗାଇବା। କିନ୍ତୁ ଏହି କାମ ବାଦ୍‌ ଯୋଗାଣ ବିଭାଗକୁ ହାତ କରି ବର୍ଷବର୍ଷ ଧରି କେନ୍ଦୁଝର ଜିଲ୍ଲାର ମିଲର୍‌ମାନେ ଅଘୋଷିତ ଭାବେ ପରିବହନ ଠିକାଦାର ସାଜିଛନ୍ତି। ଏଥିରେ ଯୋଗାଣ ବିଭାଗ ସେମାନଙ୍କୁ ସହଯୋଗ କରୁଛନ୍ତି। ସେହିପରି ଚାଷୀଙ୍କୁ ମଣ୍ଡି ପରିବର୍ତ୍ତେ ସିଧାସଳଖ ମିଲ୍‌ରେ ନେଇ ଧାନ ଦେବାକୁ ପ୍ରବର୍ତ୍ତା ଯାଉଛି। ଏହାଦ୍ବାରା ମିଲର୍‌ମାନେ କେବଳ କାଗଜପତ୍ରରେ ଧାନ ବୋହି ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ କରାଉଛନ୍ତି । ଧାନ ପରିବହନରୁ ମିଳିଥିବା ଲାଭାଂଶକୁ ଅଧେ ଅଧେ ନ୍ୟାୟରେ ବାଣ୍ଟି ନେଉଛନ୍ତି ଯୋଗାଣ ବିଭାଗ ଏବଂ ମିଲର୍‌।

ଚାଷୀଟିଏ ମଣ୍ଡିରେ ଧାନ ବିକ୍ରି କରିବା ପରେ ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ପରିବହନ କରିବା କାର୍ଯ୍ୟ ହେଉଛି ପରିବହନ ଠିକାଦାରଙ୍କ। କେନ୍ଦୁଝର ଜିଲ୍ଲାରେ ଦୁଇବର୍ଷ ହେଲା ପରିବହନ ଠିକାଦାର ନିଯୁକ୍ତି ପାଇଁ ଟେଣ୍ଡର ବାହାରୁଛି। ମାତ୍ର ତାହାକୁ ଜାଣିଶୁଣି ଚୂଡ଼ାନ୍ତ କରାଯାଉ ନାହିଁ। ଯଦି ପରିବହନ ଠିକାଦାର ନିଯୁକ୍ତ ପାଇଁ ଯୋଗାଣ ବିଭାଗର ଆଗ୍ରହ ଥାନ୍ତା, ତେବେ ଧାନ ମଣ୍ଡି ଖୋଲିବାପୂର୍ବରୁ ଏହି ପ୍ରକ୍ରିୟା ଶେଷ ହୋଇଥାନ୍ତା। ମାତ୍ର ମଣ୍ଡି ଆରମ୍ଭ ହେବାର ମାସକ ପରେ ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିବା ‌ଯୋଗାଣ ବିଭାଗର ଅସଲ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe