ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଆଜି ଅଦିନିଆ ବର୍ଷା ହୋଇଛି। ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶିରିଗିଡ଼ା ମଣ୍ଡିରେ ଚାଷୀମାନେ ଧାନ ଗଚ୍ଛିତ କରି ରଖିଥିଲେ। ବର୍ଷାରେ ଚାଷୀଙ୍କ ଧାନ ଭିଜି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା। ଆଜି ସକାଳେ କରଦାଙ୍ଗି ଓ ଭୀମକାଣ୍ଡ ପଞ୍ଚାୟତର ଗୋଳାଗାଡ଼ିଆ, କୋଇଲିସୂତା, ଗୋଧିହୁଡ଼ି, ଡିମିରିମୁଣ୍ଡା ସମେତ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିଲା। ଅପରାହ୍ଣ ୩ଟାବେଳେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ଏହାଦ୍ବାରା ବ୍ଲକ୍ର ବିଭିନ୍ନ ସ୍ଥାନରେ ତରଭୁଜ ଓ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।
ଅଦିନିଆ ବର୍ଷାରେ ଭିଜିଲା ଧାନ
Advertisment
Follow Us