ଆଜି ଘୋଷଣା ହେବ ପଦ୍ମ ପୁରସ୍କାର, ଦୌଡ଼ରେ ଓଡ଼ିଶାର ୩ ପ୍ରତିଭା

ଆଜି ଘୋଷଣା ହେବ ପଦ୍ମ ପୁରସ୍କାର, ଦୌଡ଼ରେ ଓଡ଼ିଶାର ୩ ପ୍ରତିଭା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଦେଶର ଏହି ସମ୍ମାନଜନକ ପୁରସ୍କାର ଦୌଡ଼ରେ ଓଡ଼ିଶାର କେତେକ ପ୍ରସିଦ୍ଧ ବ୍ୟକ୍ତିତ୍ବ ଥିବା ଚର୍ଚ୍ଚା ହେଉଛି । ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିମାନେ ହେଲେ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ଭାରତୀୟ ହକି ଦଳର ସଦସ୍ୟ ଅମିତ ରୋହିଦାସ ଓ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ ।

ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳରେ ସ୍ବର୍ଣ୍ଣ ପଦକ ଜିତି ପ୍ରମୋଦ ସାରା ଦେଶରେ ଲୋକପ୍ରିୟ ହୋଇପାରିଛନ୍ତି । ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ସେ ଏହି ସଫଳତା ପାଇପାରିଛନ୍ତି । ପଦ୍ମ ପୁରସ୍କାର ମାଧ୍ୟମରେ ତାଙ୍କର ଏହି ସଫଳତାକୁ କେନ୍ଦ୍ର ସରକାର ସମ୍ମାନ ଜଣାଇବାର ସମ୍ଭାବନା ରହିଛି । ସେହିପରି ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିଣିଥିଲା । ଏହି ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସଙ୍କୁ ମଧ୍ୟ ପଦ୍ମ ପୁରସ୍କାର ମିଳିପାରେ ବୋଲି ଆଲୋଚନା ହେଉଛି ।

ଅନ୍ୟପକ୍ଷରେ ଜଣାଶୁଣା ଭାସ୍କର୍ଯ୍ୟ ଶିଳ୍ପୀ ତଥାୟ  ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସଂପ୍ରତି  ଦିଲ୍ଲୀର ଇଣ୍ଡିଆ ଗେଟଠାରେ ସ୍ଥାପନା ହେବାକୁ ଥିବା ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଦାୟିତ୍ବ କେନ୍ଦ୍ର ସରକାର ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe