ଶ୍ରୀକ୍ଷେତ୍ରରେ ଶନିବାର ମହାପ୍ରଭୁଙ୍କ ‘ପଦ୍ମବେଶ’

Advertisment
ଶ୍ରୀକ୍ଷେତ୍ରରେ ଶନିବାର ମହାପ୍ରଭୁଙ୍କ ‘ପଦ୍ମବେଶ’

ପୁରୀ: ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ‘ପଦ୍ମବେଶ’। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶନିବାର ରାତିରେ ମହାପ୍ରଭୁ ପଦ୍ମବେଶରେ ମଇଲମ ହୋଇ ଶ୍ରଦ୍ଧାଳୁମାନଙ୍କୁ ‌ଦର୍ଶନ ଦେବେ। ସେଦିନ ପଦ୍ମବେଶରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ । ମହାପ୍ରଭୁଙ୍କର ଏହି ଅପୂର୍ବ ‌ବେଶ ରବିବାର ଅବକାଶ ନୀତି ଯାଏଁ ଜାରି ରହିବ। ଦର୍ଶନ ପାଇଁ ରବିବାର ଶ୍ରୀମନ୍ଦିର ଖୋଲା ରହିବା ଆଶଙ୍କା ରହିଛି।

ପ୍ରଚଳିତ ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥାଏ। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବଡ଼ଛତା ମଠ ପକ୍ଷରୁ କୁଶଳୀ ପାରମ୍ପରିକ କାରିଗରମାନଙ୍କ ଦ୍ବାରା ସୋଲ, ଜରି, କଦଳିପଟ, କନା, କଇଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମ ଫୁଲ ଓ କଢ଼ିମାନ ପ୍ରସ୍ତୁତ ହୋଇ ଠାକୁରମାନଙ୍କୁ ଲାଗି କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe