ଭୁବନେଶ୍ବର : ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ୩ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଛି। ସେହିପରି ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବାକୁ ଥିବାବେଳେ ଅକ୍ଟୋବର ୭ରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବ।
ଏହାକୁ ନଜରରେ ରଖି ନିର୍ବାଚନ ଦାୟିତ୍ବରେ କେଉଁ ଅଧିକାରୀ ରହିବେ, କେତେ କର୍ମଚାରୀ ନିୟୋଜିତ ହେବେ, ଆଦର୍ଶ ଆଚରଣ ବିଧି କିପରି କଡ଼ାକଡ଼ି ଲାଗୁ ହେବ, ଇଭିଏମ୍ ମେସିନ୍ କିପରି ସୁରକ୍ଷିତ ପହଞ୍ଚିବ, କେତୋଟି ସମ୍ବେଦନଶୀଳ ବୁଥ୍ ଅଛି ସେନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ୍ ହୋଇଥିଲେ।
Follow Us