ପଦ୍ମପୁର ଉପନିର୍ବାଚନ: ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି

Advertisment
ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ବରଗଡ଼ : ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଦର୍ଶ ଆଚରଣବିଧିର ଉଲ୍ଲଂଘନ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁସା‌ରେ, ବିଜେଡି ଶୋଭାଯାତ୍ରାରେ ତଥା ମନ୍ତ୍ରୀମାନଙ୍କ ସଭାରେ ଯୋଗଦେବା ପାଇଁ ବ୍ଲକ୍‌, ଏନ୍‌ଏସିର ପ୍ରଶାସକଙ୍କ ସମେତ ସିଡିପିଓ, ଏସ୍‌ଏଚ୍‌ଜି ସଂଯୋଜିକା ଓ ସଦସ୍ୟାଙ୍କୁ ବାଧ୍ୟ କରାଯାଉଛି। କନିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ଗାଁରେ କଲ୍ୟାଣମଣ୍ଡପ, ଗୋଷ୍ଠୀକେନ୍ଦ୍ର ଓ କ୍ଲବ୍‌ଗୃହ ଇତ୍ୟାଦିର ଲେଆଉଟ୍ ଦେଉଛନ୍ତି। ଯାହାକି ନିର୍ବାଚନରେ ଭୋଟର୍‌ଙ୍କୁ ଶାସକଦଳ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ବିଜେପିର ଏକ ପ୍ରତିନିଧି ଦଳ ଏସଂକ୍ରାନ୍ତରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ସୁରେଶ୍ୱର ଶତପଥୀ, ଡା. ଅରୂପାନନ୍ଦ ସାହୁ, ଅଶୋକ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe