ପଦ୍ମପୁର ଉପନିର୍ବାଚନ:ସର୍ବଦଳୀୟ ବୈଠକ ଫେଲ୍‌,ନାମାଙ୍କନ ନ କରିବାକୁ ମୁଣ୍ଡିଆ ମାରିଲେ ଚାଷୀ 

ପଦ୍ମପୁର ଉପନିର୍ବାଚନ:ସର୍ବଦଳୀୟ ବୈଠକ ଫେଲ୍‌,ନାମାଙ୍କନ ନ କରିବାକୁ ମୁଣ୍ଡିଆ ମାରିଲେ ଚାଷୀ 

ପଦ୍ମପୁର: ବୀମା ଓ ଇନ୍‌ପୁଟ୍‌ ସବ୍‌ସିଡି ଦାବିରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଂଗଠନର ଧାରଣା ୧୩ ଦିନରେ ପହଂଚିଛି। ଚାଷୀମାନଙ୍କ ଦ୍ବାରା ଆହୂତ ସର୍ବଦଳୀୟ ବୈଠକରେ ବୀମା ଓ ଇନ୍‌ପୁଟ୍‌ ସବ୍‌ସିଡି ଦାବି ନେଇ ଆଲୋଚନା କରାଯାଇଥିଲା। ବିଜେପିରୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ସୌରୀଚରଣ ବାରିକ, ବିଜେଡିରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ବୀରଦୈତ୍ୟ ସାହୁ, ବହୁଜନ ସମାଜ ପାର୍ଟିରୁ ଟଙ୍କଧର କଣ୍ଟା ଓ ଅନ୍ୟାନ୍ୟ ସ୍ୱାଧୀନ ପ୍ରାର୍ଥୀ ଉପସ୍ଥିତ ଥିଲେ।

ବୈଠକ ଆରୋପ ପ୍ରତ୍ୟାରୋପରେ ଶେଷ ହୋଇଥିଲା। ବୀମା ଓ ଇନ୍‌ପୁଟ୍‌ ସବ୍‌ସିଡି ସମସ୍ୟାର ସମାଧାନ ହୋଇ ପାରି ନଥିଲା। ଶେଷରେ ସମସ୍ତ ଚାଷୀ ଓ ରାଜବୋଡ଼ାସମ୍ବର କୃଷକ ସଂଗଠନ କର୍ମକର୍ତ୍ତା ସେଠାରେ ନେତାମାନଙ୍କୁ ମୁଣ୍ଡିଆ ମାରିଥିଲେ। ନାମାଙ୍କନପତ୍ର ଦାଖଲ ନକରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe