ପଦ୍ମପୁର ଉପନିର୍ବାଚନ : ବ୍ୟାଙ୍କ ନେଣଦେଣ ଉପରେ ରହିବ ନଜର  

Advertisment
ପଦ୍ମପୁର ଉପନିର୍ବାଚନ : ବ୍ୟାଙ୍କ ନେଣଦେଣ ଉପରେ ରହିବ ନଜର  

Times of India

ବରଗଡ଼: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ  ଜିଲ୍ଲାର ସମସ୍ତ ବ୍ୟାଙ୍କର ଶାଖା ପ୍ରବନ୍ଧକଙ୍କୁ ନେଇ ବ୍ୟାଙ୍କ ଜମା  ଉଠାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ  ହୋଇଯାଇଛି। ନିର୍ବାଚନ ଲଢୁଥିବା କୌଣସି ଦଳ କିମ୍ବା ପ୍ରାର୍ଥୀ କିମ୍ବା ନିର୍ଭରଶୀଳ ପରିବାର ସଦସ୍ୟ ଯାହାକି ତାଙ୍କ ସତ୍ୟପାଠରେ ଉଲ୍ଲେଖ ଥିବ ସେମାନଙ୍କ ଆକାଉଣ୍ଟରୁ ୧ ଲକ୍ଷରୁ ଅଧିକ ଅନିୟମିତ ଏବଂ ସନ୍ଦେହାତ୍ମକ ଟଙ୍କା ଜମା ଓ ଉଠାଣ ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଆକାଉଣ୍ଟରୁ ସନ୍ଦେହାତ୍ମକ ଭାବରେ ଏକ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କିମ୍ବା ଉଠାଣ ହେଲେ  ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହିତ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେଲେ ଆୟକର ବିଭାଗର ନୋଡାଲ ଅଧିକାରୀଙ୍କୁ  ସୂଚନା  ଦେବାକୁ ବୈଠକରେ ସୂଚନା ଦିଆଯାଇଛି। ବୈଠକରେ ବ୍ୟୟ ପର୍ଯବେକ୍ଷକ ଡିଏମ୍‌ ରାମପ୍ରସାଦ ଗୁପ୍ତା, ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ଥିଲେ।

ବିନା ଅନୁମତିରେ ପ୍ରଚାର ଗାଡ଼ି, ଡାକବାଜି ଯନ୍ତ୍ର ମନା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସମସ୍ତ ରାଜନୈତିକ ଦଳ ତଥା ପ୍ରାର୍ଥୀ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶବଳୀ ପାଳନ ପୂର୍ବକ ପ୍ରଚାର ଗାଡ଼ି, ଡାକବାଜି ଯନ୍ତ୍ର ଓ ସଭାସ୍ଥଳ ପାଇଁ ବିଧିବଦ୍ଧ ଭାବେ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅନୁମତି ନେବା ପାଇଁ କୁହାଯାଇଛି। ବିନା ଅନୁମତିରେ ଏହି ସବୁ ବ୍ୟବହାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୂଚାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe