ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

Advertisment
ଇଭିଏମ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ଆଉ କେତେ ପିଟିସନ୍‌ ଦାଖଲ କରିବ

ଭୁବନେଶ୍ବର: ଭାରତର ନିର୍ବାଚନ କମିସନ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ହେବ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଶନିବାର ଦିନ ଭାରତ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି।

ପଦ୍ମପୁରରେ ଡିସେମ୍ବର ୫ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ, ନଭେମ୍ବର ୧୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ, ନଭେମ୍ବର ୨୧ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଡିସେମ୍ବର ୮ରେ ‌ ଭୋଟ୍‌ ଗଣତି ଓ ଡିସେମ୍ବର ୧୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ସୂଚନାଯୋଗ୍ୟ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe