India Today
ବରଗଡ଼ : ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପଦ୍ମପୁର ନିର୍ବାଚନମଣ୍ଡଳୀ ସାମାନ୍ୟ ଚଳଚଞ୍ଚଳ ହୋଇଛି। ସରକାରୀ ସ୍ତରରେ ବି ନିର୍ବାଚନ ପ୍ରକ୍ରିୟା ପାଇଁ କସରତ ଚାଲିଛି। ଏଣେ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଘୋଷଣା ପୂର୍ବରୁ ନିଜ ନିଜ ଭିତିରିଆ ସର୍ଭେରେ ଲାଗି ପଡ଼ିଛନ୍ତି। ଦୁଇ ତିନି ଦିନ ଭିତରେ ସବୁ ଦଳ ନିଜ ପ୍ରାର୍ଥୀ ଘୋଷଣା କରିବେ ବୋଲି ରାଜନୈତିକ ପାଣିପାଗ କହୁଛି। ଏଣେ ବୀମା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥିତିକୁ ଆହୁରି ସରଗରମ ରଖିଛି। ଚାଷୀମାନେ କାହାରିକୁ ନାମାଙ୍କନ କରାଇ ଦେବୁନି ବୋଲି ଖୋଲା ଚେତାବନୀ ଦେଇଛନ୍ତି। ଆଗକୁ ନିର୍ବାଚନ ଯେତିକି ପାଖେଇ ଆସିବ, ସେହି ଅନୁପାତରେ ଉଷ୍ଣତା ବଢ଼ିବ।
ତେବେ ଏବେ ପଦ୍ମପୁର ସହର, ପାଇକମାଳରେ ହୋଟେଲ୍ରେ ରହିବାକୁ ରୁମ୍ ମିଳୁନାହିଁ। ବିଭିନ୍ନ ଦଳ ପକ୍ଷରୁ ହୋଟେଲ୍ ରୁମ୍ଗୁଡ଼ିକ ଆଗତୁରା ବୁକ୍ କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ହାତଗଣତି ହୋଟେଲ୍ ଥିବାରୁ ନେତାଙ୍କ ପାଇଁ ରହଣି ସମସ୍ୟା ଉପୁଜିଛି। ତେଣୁ ମାସେ କାଳ ଭଡ଼ା ଘର ଖୋଜା ଚାଲିଛି। ଭଲ ଆୟ ଆଶା ରଖି ଘର ମାଲିକମାନେ ଭଡ଼ା ବି ହୋଟେଲ୍ ଭଳି ରଖିଛନ୍ତି। ଅର୍ଥାତ ଦୈନିକ ରହଣି ହିସାବରେ ଭଡ଼ା ଲାଗିବ ବୋଲି କହୁଛନ୍ତି। ତେବେ ହାଇପ୍ରୋଫାଇଲ୍ ନେତାମାନେ ବରଗଡ଼ରେ ରାତ୍ରୀଯାପନ କରି ସକାଳୁ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଦୌଡ଼ିବେ। ବରଗଡ଼ରେ ମଧ୍ୟ ନାମୀଦାମୀ ହୋଟେଲ୍ରେ ଆଗୁଆ ବୁକିଂ ସରିଯାଇଛି। ସାଧାରଣତଃ ମାନ୍ଦା ରହୁଥିବା ହୋଟେଲ୍ ଶିଳ୍ପ ପୁଣି ପୁନର୍ଜୀବିତ ହୋଇଛି।
ବରଗଡ଼ ଓ ପଦ୍ମପୁର ସହରରେ ଏମିତି ହୋଟେଲ ନାହିଁ, ଯାହାକି ତୁଙ୍ଗ ନେତାଙ୍କ ପାଇଁ ବୁକି˚ ହୋଇନାହିଁ। ସାଧାରଣତଃ ବରଗଡ଼ ଜିଲ୍ଲାରେ ହୋଟେଲ ବ୍ୟବସାୟ ଅତ୍ୟନ୍ତ ମାନ୍ଦା। ବର୍ଷର ଅଧିକା˚ଶ ଦିନ ହୋଟେଲରେ ରୁମ୍ ଫାଙ୍କା ଥାଏ। କୌଣସି ପର୍ଯ୍ୟଟକ ଏଠିକୁ ଆସି ରହିବା କ୍ବଚିତ ଦେଖାଯାଏ। ଫଳରେ ମାଲିକମାନେ ହୋଟେଲ ବ୍ୟବସାୟରୁ ଦୂରେଇ ଯାଉଛନ୍ତି। କିନ୍ତୁ ପଦ୍ମପୁର ନିର୍ବାଚନ ହୋଟେଲ ବ୍ୟବସାୟକୁ ନୂଆ ସୁଯୋଗ ଦେଇଛି। ଏବେ ବଡ଼ ହୋଟେଲରେ ରୁମ୍ଟିଏ ମିିଳିବା କାଠିକର। ସବୁ ରୁମ୍ ତକ ତୁଙ୍ଗ ରାଜନେତାଙ୍କ ପାଇଁ ବହୁ ଦିନରୁ ବୁକି˚ ସରିଲାଣି। ମଧୢମ ଏବ˚ ଛୋଟ ହୋଟେଲରେ ସ୍ଥାନୀୟ ନେତାମାନେ ଅବସ୍ଥାନ କରିବେ। ନିର୍ବାଚନ ସରିବା ଯାଏଁ ହୋଟେଲ ଶିଳ୍ପ ଦୁଇ ଗୁଣା ଆୟ କରିବା ନିଶ୍ଚିତ।
Follow Us