ପଦ୍ମପୁର ଉପନିର୍ବାଚନ: ବିଜେପିର ଚାଷୀକାର୍ଡ; ଶୋଭାଯାତ୍ରା କଲେ, ନାମାଙ୍କନ କଲେନି

Advertisment

ବର୍ଷା ବରିହା ବିଜେଡି ପ୍ରାର୍ଥୀ

ବର୍ଷା ବରିହା ବିଜେଡି ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ: ୧୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ତିନି ଦଳର ପ୍ରାର୍ଥୀ!

ବରଗଡ଼/ପଦ୍ମପୁର : ପଦ୍ମପୁର ଲୋକାରଣ୍ୟ। ଚାରିପଟେ ବିଜେପିର ଦଳୀୟ ପତାକା। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ରେ ରାସ୍ତାଘାଟ ଜାମ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ତୁଙ୍ଗନେତାଙ୍କୁ ନେଇ ବିରାଟ ଶୋଭାଯାତ୍ରା। ଏହି ଶୋଭାଯାତ୍ରା ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଲା। ତା’ପରେ ଜୋର୍‌ଦାର୍‌ ଶକ୍ତି ପ୍ରଦର୍ଶନ। ଏତେସବୁ ସତ୍ତ୍ବେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଏହିଭଳି ଭାବେ ‘ଚାଷୀକାର୍ଡ’ ଖେଳିଛି ବିଜେପି।

ବିଜେପି ପ୍ରାର୍ଥୀ ପୁରୋହିତ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦିନଧାର୍ଯ୍ୟ ହୋଇଥିଲା। ସକାଳ ସମୟରେ ଶ୍ରୀ ପୁରୋହିତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପଦ୍ମପୁର କପସିଲା ପଡ଼ିଆଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳନେତା ଜୟନାରୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବହୁ ତୁଙ୍ଗନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ନେତୃବୃନ୍ଦ ବୀମା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ତୀବ୍ର ସମ‌ାଲୋଚନା କରିଥିଲେ। ପରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ନାମାଙ୍କନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ପୁରୋହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଦାବି ନେଇ ୧୪ଦିନ ଧରି ଆନ୍ଦୋଳନରେ ବସିଥିବା ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଦସ୍ୟଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଶ୍ରୀ ଟୁଡୁଙ୍କ ସମେତ ସମସ୍ତ ନେତା ଚାଷୀଙ୍କ ଦାବି ଯଥାର୍ଥ ବୋଲି ସ୍ବୀକାର କରିଥିଲେ। ଏହାପରେ ହଠାତ୍‌ ଏଭ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀମାନଙ୍କ ଦାବିକୁ ସମର୍ଥନ ଜଣାଇ ଶ୍ରୀ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିନଥିଲେ।

publive-image The Indian Express

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ‘ ଶୁଭବେଳା ଦେଖି ଆମେ କର୍ମୀନେତାଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆସିଥିଲୁ। ମାତ୍ର, ଧାରଣାରେ ବସିଥିବା ଚାଷୀଙ୍କ ଦାବି ଯଥାର୍ଥ। ଯେଉଁଥିପାଇଁ ଚାଷୀଙ୍କ ସମସ୍ୟା ଓ ଦାବିକୁ ସମ୍ମାନ ଜଣାଇ ନାମାଙ୍କନପତ୍ର ଦାଖଲ ନ କରି ଫେରି ଯାଉଛୁ ।’ ଏଥିସହିତ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ, ‘ବୀମା ସଂପର୍କରେ କେନ୍ଦ୍ର ସରକାର ନିଜ ପଟୁ କାମ କରି ସାରିଛି। ମାତ୍ର, ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଉଛନ୍ତି। ‘ରାଜ୍ୟରେ ଦୀର୍ଘ ୨୨ ବର୍ଷରୁ ଅଧିକ ଶାସନରେ ରହିବାପରେ ମଧ୍ୟ ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନକିଣା ଓ ଦାଦନ ସମସ୍ୟାର ସମାଧାନ ନ ହେବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱରେ ବିଳମ୍ବ କାରଣରୁ ଚାଷୀମାନେ ଆନ୍ଦୋଳନରତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ୱୟନ ରାଜ୍ୟ ସରକାରଙ୍କ ହାତରେ,’ ବୋଲି କହିଥିଲେ। ରାଜ୍ୟ ସରକାର ଏଥିପାଇଁ ଏଜେନ୍ସି ନିଯୁକ୍ତି କରନ୍ତି ପ୍ରତିଷ୍ଠିତ କମ୍ପାନି ଥିଲେ ହେଁ ମୁଖ୍ୟମନ୍ତ୍ରୀ କାହିଁକି ଏଚ୍‌ଏଡିଏଫ୍‌ସି ଭଳି ଘରୋଇ କମ୍ପାନିକୁ ବୀମା ଦାୟିତ୍ବ ଦେଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ।

ଚାଷୀନେତା ରମେଶ ମହାପାତ୍ର, ବାଞ୍ଛାନିଧି ନାୟକ, ଅଜିତ ଶତପଥୀ, ଅଶୋକ ସାହୁ, ରୋହିତ ପଧାନ, କୈଳାସ ବାରିକ  ଏହି ଆଲୋଚନାରେ ସାମିଲ ହୋଇଥିଲେ। ସେଠାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟ ନେତା ଜିଲ୍ଲା ଦାବିରେ ଧାରଣାରେ ବସିଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ପାଖକୁ ଯାଇ ସେମାନଙ୍କ ସହିତ ଆଲୋଚନା କରି ନିଜର ସମର୍ଥନ ଜଣାଇଥିଲେ।

publive-image

ବର୍ଷା ବରିହା ବିଜେଡି ପ୍ରାର୍ଥୀ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ସୋମବାର ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ କିଛି ଦିନ ହେଲା ପ୍ରାର୍ଥୀ ଚୟନ ପାଇଁ ବିଜେଡି ପକ୍ଷରୁ ବେଶ୍ କସରତ କରାଯାଇଥିଲା। ସ୍ବର୍ଗତ ବରିହାଙ୍କ ପରିବାରରେ ଏକାଧିକ ଦାବିଦାର ଥିବାରୁ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ବହୁ ମାନସ ମନ୍ଥନ ପରେ ବର୍ଷାଙ୍କ ନାମରେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋହର ମାରିଛନ୍ତି।

ବର୍ଷା ହେଉଛନ୍ତି ସ୍ବର୍ଗତ ବରିହାଙ୍କ ବଡ଼ ଝିଅ। ସେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାରସିଂହଙ୍କ ପୁଅ ସ୍ମୃତି ସୌରଭ ବଳିୟାରସିଂହଙ୍କୁ ବିବାହ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଜୟ ବରିହାଙ୍କ ପରଲୋକ ଯୋଗୁଁ ଏହି ଆସନ ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe