The Financial Express
ବରଗଡ଼/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଅନ୍ତିମ ଦିବସରେ ୧୩ ଜଣ ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ଯାଞ୍ଚ ପରେ ୨ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ସେମାନେ ହେଲେ ଜୟନ୍ତ ଥାପା ଓ ଦେବବ୍ରତ ସୁନାନୀ।
ଏବେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା, କଂଗ୍ରେସର ସତ୍ୟଭୂଷଣ ସାହୁ, ବିଜେପିର ପ୍ରଦୀପ ପୁରୋହିତ, ଓଜିପିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବ, ସ୍ୱାଧୀନ ପ୍ରାର୍ଥୀ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା ପ୍ରମୁଖ ୧୧ ଜଣଙ୍କ ନାମାଙ୍କନ ପତ୍ର କାଏମ୍ ରହିଥିବା ଜଣାପଡ଼ିଛି।
Follow Us