ପଦ୍ମପୁର ଉପନିର୍ବାଚନ: ଫସଲବୀମାକୁ ନେଇ ଚର୍ଚ୍ଚା ଆରମ୍ଭ

Advertisment

ଧାନକିଣା ବିଭ୍ରାଟ ପ୍ରସଙ୍ଗ ବି ଉଠିବ

ଧାନକିଣା ବିଭ୍ରାଟ ପ୍ରସଙ୍ଗ ବି ଉଠିବ

୨୮.୧୪ ଲକ୍ଷ ହେକ୍ଟର ଜମିରେ ରବି ଚାଷ ଲକ୍ଷ୍ୟ: ୧୯.୩୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ ଆକଳନ

Times Now

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା। ନିର୍ବାଚନ ସମୟ‌ରେ କେଉଁସବୁ ପ୍ରସଙ୍ଗ ମୁଣ୍ଡ ଟେକିବ, ତାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଆଲୋଚନାରୁ ଯାହା ଜଣାପଡ଼ୁଛି , ଫସଲ ବୀମା ଓ ଖରିଫ୍‌ ଧାନକୁ କିଣାକୁ ନେଇ ନିର୍ବାଚନୀ ପ୍ରସଙ୍ଗ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଲୋଚନାରେ ଅଂଶଗ୍ରହଣ କରୁଥିବା ସ୍ଥାନୀୟ ଲୋକଙ୍କ ମତ ହେଉଛି, ପଦ୍ମପୁର ଉପଖଣ୍ଡରେ ଧାନକିଣାକୁ ନେଇ ପ୍ରତିବର୍ଷ ବିଭ୍ରାଟ ଚରମସୀମାରେ ପହଞ୍ଚିଥାଏ। ରାଜ୍ୟ ସରକାରଙ୍କ ଧାନକିଣା ନୀତିକୁ ଚାଷୀମାନେ ଏକପ୍ରକାର ଭରସା କରିପାରୁ ନାହାନ୍ତି। ଯେଉଁଥିପାଇଁ ଛତିଶଗଡ଼କୁ ଧାନ ପଠାଇ ଦେଉଛନ୍ତି। ଯାହାକୁ ନେଇ ସର୍ବାଧିକ ଚ‌ାଷୀ ଆନ୍ଦୋଳନ ବି ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁଛି। ଡିସେମ୍ବର ୫ ତାରିଖ ଦିନ ଭୋଟ୍‌ ଗ୍ରହଣର ୩ଦିନ ପୂର୍ବରୁ ଅର୍ଥାତ୍‌ ୨ ତାରିଖରୁ ପଦ୍ମପୁର ଉପଖଣ୍ଡରେ ଖରିଫ୍‌ ଧାନକିଣା ଆରମ୍ଭ ହେଉଥିବାରୁ ଏହା ମଧ୍ୟ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି।

ଅନ୍ୟଜଣେ ବ୍ୟକ୍ତିଙ୍କ କହିବାନୁସାରେ, ଖାଲି ଧାନକିଣା ନୁହେଁ, ଫସଲବୀମାକୁ ନେଇ ବି ଏବେ ନିର୍ବାଚନମଣ୍ଡଳୀରେ ତାତି ରହିଛି। ଏଥିପାଇଁ ଖୋଲାଖୋଲି ନିର୍ବାଚନ ବର୍ଜନ କରିବା ପାଇଁ ଚାଷୀମାନେ ଚେତାବନୀ ଦେଉଥିବା କହିଛନ୍ତି। ଅନ୍ୟ ଏକ ସୂଚନା ଅନୁସାରେ, ଗତ ୧ ତାରିଖରେ ଚାଷୀମାନେ ଏକ ବରାଟ ସମାବେଶ କରିଥିଲେ। ସମାବେଶରେ ଚାଷୀ ନେତାମାନେ ଫସଲବୀମା ପ୍ରସଙ୍ଗ ଉଠାଇବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ, ଫସଲବୀମା ପ୍ରସଙ୍ଗ ଉଠାଇଛି ଶାସକ ବିଜେଡି। ଆସନ୍ତା ୧୫ ତାରିଖ ମଧ୍ୟରେ ଫସଲବୀମା ନମିଳିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ଘୋଷଣା କରିସାରିଛି। ବିଜେପି ବି ପାଲଟା ଜବାବ ଦେଇ ରାଜ୍ୟ ସରକାର ନିଜ ତ୍ରୁଟି ଲୁଚାଇବା ପାଇଁ କେନ୍ଦ୍ର ଉପରେ ଅଯଥା ଦୋଷାରୋପ କରୁଥିବା କହୁଛି। ତେବେ, ଏହାକୁ ନେଇ ଭିନ୍ନମତ ପୋଷଣ କରିଛନ୍ତି ଚାଷୀ ସଙ୍ଗଠନ। ସେମାନଙ୍କ କହିବା କଥା ଉଭୟ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହୋଇ ଚାଷୀଙ୍କ ଏକତାଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଫଳରେ, କୌଣସି ମୁହୂର୍ତ୍ତରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବାର ବି ସମ୍ଭାବନା ରହିଛି। ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ମତ ରଖିଛନ୍ତି ଚାଷୀନେତା ରମେଶ ମହାପାତ୍ର।

ସେ କହିଛନ୍ତି, ପଦ୍ମପୁର ଉପଖଣ୍ଡର ଜଣେ ବି ଚାଷୀ ଫସଲବୀମାରୁ ବଂଚିତ ରହିଲେ ଉପନିର୍ବାଚନ ତ ଦୂରର କଥା, କୌଣସି ନେତା, ମନ୍ତ୍ରୀଙ୍କୁ ପୂରାଇ ଦିଆଯିବ ନାହିଁ। ପଦ୍ମପୁର ଉପଖଣ୍ଡର ପ୍ରତିଟି ମଣ୍ଡିରେ ପ୍ରତି ବର୍ଷ ହଜାର ହଜାର କ୍ବିଣ୍ଟାଲ ଧାନ ସରକାରୀ ମୂଲ୍ୟରେ ବିକ୍ରି ହେଉନାହିଁ। ପ୍ରଶାସନ ଏବଂ ସରକାରଙ୍କ ଅପାରଗତା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଏହାର ଜବାବ‌ ଉପନିର୍ବାଚନ ବେଳେ ଦେଖିବାକୁ ମିଳିବ ବୋଲି ଶ୍ରୀ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe