ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ଗୁରୁବାର ମାଟି ଅନୁକୂଳ ପୂଜାର୍ଚ୍ଚନା କରାଯାଇଛି। ପୂର୍ବାହ୍ନ ୧୦ଟାବେଳେ ଘଣ୍ଟ ହୁଳହୁଳି ସହିତ ସ୍ଥାନୀୟ ଲୋକେ ଅରଡେଇ ନଦୀକୂଳରେ ପହଞ୍ଚିଥିଲେ....

Padmapur soil puja for Mahalakshmi Puja

Padmapur soil puja for Mahalakshmi Puja Photograph: (sambad.in)

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ଗୁରୁବାର ମାଟି ଅନୁକୂଳ  ପୂଜାର୍ଚ୍ଚନା କରାଯାଇଛି। ପୂର୍ବାହ୍ନ ୧୦ଟାବେଳେ ଘଣ୍ଟ ହୁଳହୁଳି ସହିତ ସ୍ଥାନୀୟ ଲୋକେ ଅରଡେଇ ନଦୀକୂଳରେ ପହଞ୍ଚିଥିଲେ। ପୂଜକ ହୃଦାନନ୍ଦ ମିଶ୍ର ପୂଜାର୍ଚ୍ଚନା କରିବା ପରେ ମୂର୍ତ୍ତି ଗଢିବା ପାଇଁ ମାଟି ଅଣାଯାଇଥିଲା। ସଂକଳ୍ପରେ ବିନୟ କୁମାର ସାହୁ ବସିଥିଲେ।

ମହାଲକ୍ଷ୍ମୀ ପୂଜା ଅବସରରେ ୬ରୁ ୮ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ୬ଦିନ ଧରି ଅପେରା ରାଜ ଦରବାର୍ ମଞ୍ଚସ୍ଥ ହେବ। ଏହା ସହ ଆକର୍ଷଣୀୟ ତୋରଣ ସହିତ ମୀନା ବଜାର, ଦୋଳି,ଚକ୍ରି ଦୋଳି,ବିଭିନ୍ନ ସୁସ୍ବାଦୁ ଖାଦ୍ୟଷ୍ଟଲ ବସିବ।

ଏନେଇ ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ବିଜୟ କୁମାର ସାହୁ,ସମ୍ପାଦକ ପ୍ରବୀଣ କୁମାର ସାହୁ,ସଦସ୍ୟ ଗୋଲକ ବିହାରୀ ସାହୁ, ଅଜିତ କୁମାର ସାହୁ,ଗୈାତମ କୁମାର ପୃଷ୍ଟି,ସମୀର କୁମାର ସାହୁ,ନବ କୁଅଁର,ଚତୁର୍ଭୁଜ ସାହୁ,ସୁଦର୍ଶନ ସାହୁ,ହୃଷିକେଶ ସାହୁ,ଜନ୍ମେଜୟ ସାହୁ,ସୁଶାନ୍ତ କୁମାର ସାହୁ,ସିଦ୍ଧାର୍ଥ ଶଙ୍କର ସାହୁ,ପ୍ରତୀକ କୁମାର ସାହୁ,ସତ୍ୟବ୍ରତ ସାହୁ,ଗଣେସ ସାହୁ,ଦୀପୁ ସାହୁ,ସୁବୋଧ ସାହୁ,ବିନୋଦ ସାହୁ,ଗୁରୁଚରଣ ଦେହୁରୀ,ସରୋଜ କୁମାର ସାହୁ,ଶ୍ରୀମନ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି।

Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe