ଚରମ ନିଷ୍ପତ୍ତି ନେଲେ ଚାଷୀ: ୧୮ରୁ ପଦ୍ମପୁର ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ

Advertisment

-ଜାତୀୟ ରାଜପଥ ବି ଅବରୋଧ ହେବ, ରେଳ ରୋକିବାକୁ ନିଷ୍ପତ୍ତି

-ଜାତୀୟ ରାଜପଥ ବି ଅବରୋଧ ହେବ, ରେଳ ରୋକିବାକୁ ନିଷ୍ପତ୍ତି

ଚରମ ନିଷ୍ପତ୍ତି ନେଲେ ଚାଷୀ: ୧୮ରୁ ପଦ୍ମପୁର ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ

ପଦ୍ମପୁର:  ରାଜବୋଡ଼ାସମ୍ବର କୃଷକ ସଂଗଠନର ବୈଠକ ଗୋରୁ ବଜାର ପ୍ରାଙ୍ଗଣରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡ଼ି ସତ୍ତ୍ବେ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନି ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ବୀମା ଟଙ୍କା ଦେଇନାହିଁ। ଖରିଫ ୨୦୨୧ର ଫସଲ ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବି ନେଇ ଚାଷୀମାନେ ବାରମ୍ବାର ଲମ୍ବା ଆନ୍ଦୋଳନ ସହ ସରକାରୀ ଦପ୍ତରଗୁଡ଼ିକରେ ତାଲାବନ୍ଦ କରିଥିଲେ। ତଥାପି ବୀମା କମ୍ପାନି, ପ୍ରସାଶନ ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଆସନ୍ତା ଜୁଲାଇ ୧୮ ତାରିଖ ଠାରୁ ପଦ୍ମପୁର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ସମସ୍ତ ରାଜରାସ୍ତା, ସୋହେଲା ଜାତୀୟ ରାଜରାସ୍ତା ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୀମା କ୍ଷତିପୂରଣ ନ ପାଇବା ପର୍ଯ୍ୟନ୍ତ ସବଡିଭିଜନକୁ  ଅଚଳ କରାଯିବ l

ପରେ ଜିଲ୍ଲାପାଳ ଅଫିସ୍‌ ଘେରାଉ ସହ ବରଗଡ଼ରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଉପଖଣ୍ଡର ସମସ୍ତ ଆଂଚଳିକ କୃଷକ ସଙ୍ଗଠନ, ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି ଠାରୁ ସମର୍ଥନ ଲୋଡ଼ା ଯାଇଛି। ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଅଜିତ ଶତପଥି ଓ ଚିନ୍ମୟ ପଣ୍ଡା, ଝାରବନ୍ଧ ବ୍ଲକ୍‌ ଚାଷୀ ପ୍ରତିନିଧି କ୍ଷମାନିଧି ସାହୁ, ଭଜନ ସାଗର, ଅବଧୂତ ଜଗତ, ଗାଇସିଲେଟରୁ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ବିରେନ ପଧାନ, ଗଜପତି ସାହୁ, ପାଇକମାଲରୁ ବିଶ୍ୱନାଥ ରଣା, ରାହାସ ସାହୁ, ଦହିତ ସାହୁ, ବାଳକୃଷ୍ଣ ବନଛୋର, ମଳୟ ଭୋଇ, କୁଳମଣି ବାରିକ, ଲିଙ୍ଗରାଜ ପ୍ରଧାନ, ମନବୋଧ ବିଶ୍ବାଳ, ପଦ୍ମପୁର ଏନଏସିରୁ ସୁବାଷ ବରିହା, କରମଚାନ୍ଦ ମେହେର, ଲୋହିତ ରଣା, ପଦ୍ମପୁରରୁ ଅମୃତଲାଲ ସାହୁ, ପ୍ରଶାନ୍ତ ପଧାନ, ରୋହିତ ପଧାନ, ରାହାସବିହାରୀ ସାହୁ,ବିଜେପୁରରୁ ଯଦୁମଣି ପୁଟେଲ, ସମ୍ବୋଦ ବାରିକ, ସୁବାସ ପଧାନଙ୍କ ସମେତ  ଶତାଧିକ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe