ପଦ୍ମଶ୍ରୀ ମାଗୁଣି କୁଅଁରଙ୍କୁ ମିଳୁନି ପାଇଖାନା: ବର୍ଷେ ହେଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି

Advertisment
ପଦ୍ମଶ୍ରୀ ମାଗୁଣି କୁଅଁରଙ୍କୁ ମିଳୁନି ପାଇଖାନା: ବର୍ଷେ ହେଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି

odishabytes.com

କେନ୍ଦୁଝର: କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ମିଳୁନି ପାଇଖାନା। ପାଇଖାନାଟିଏ ପାଇଁ ସେ ବର୍ଷେ ହେବ ପ୍ରଶାସନ ନିକଟରେ ଗୁହାରି କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ତାଙ୍କୁ ପାଇଖାନାଟିଏ ମିଳୁ ନଥିବାରୁ ସେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ଗତବର୍ଷ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ପଦ୍ମଶ୍ରୀ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଥିଲା।

ସମ୍ବର୍ଦ୍ଧନା ବେଳେ ଶ୍ରୀ କୁଅଁର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ପାଇଖାନାଟିଏ ଦେବାପାଇଁ ଅନୁରୋଧ କରିଥିଲେ। ତାଙ୍କୁ ଏବେ ୮୦ ବର୍ଷ। ବୟସାଧିକ୍ୟ ଯୋଗୁଁ ଘରେ ଥିବା ଭଙ୍ଗା ପାଇଖାନାରେ ସେ ଶୌଚ ହେବାପାଇଁ ଅସମର୍ଥ। ତେଣୁ ତାଙ୍କ ପାଇଁ ଏକ ପାଇଖାନା ନିର୍ମାଣ କରିଦେବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏହାପରେ ମଧ୍ୟ ସେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁଇଦୁଇଥର ଭେଟି ନିଜ ସମସ୍ୟା ଜଣାଇଥିଲେ। କିନ୍ତୁ, ପ୍ରଶାସନ ପକ୍ଷରୁ ଏଯାଏ ତାଙ୍କୁ ପାଇଖାନା ଖଣ୍ଡେ ଦିଆଗଲା ନାହିଁ। ତେଣୁ ଏକ ପ୍ଲାଷ୍ଟିକ ଚେୟାରକୁ କାଟି ଏହାରି ମାଧ୍ୟମରେ ଘର ନାଳ ପାଖରେ ସେ ନିୟମିତ ଶୌଚ ହେଉଛନ୍ତି। ଅନ୍ୟପକ୍ଷରେ ଶ୍ରୀ କୁଅଁରଙ୍କ ଦୁଇପୁଅଙ୍କ ଯୁବାବସ୍ଥାରେ ମୃତ୍ୟୁ ହେବାପରେ ସମଗ୍ର ପରିବାର ବୋଝ ତାଙ୍କ ଉପରେ ପଡ଼ିଛି। ଏଭଳି ସ୍ଥିତିରେ ପାଇଖାନାଟିଏ ନିର୍ମାଣ କରିବାକୁ ସେ ଅସମର୍ଥ। ତେଣୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ପ୍ରଶାସନ ପାଇଖାନା ଖଣ୍ଡିଏ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe