ପଦୋନ୍ନତି ଅଦାଲତର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କର, ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Advertisment

ଦ୍ବିତୀୟ ଦିନରେ ୬୧୬ ମାମଲାର ଶୁଣାଣି

ଦ୍ବିତୀୟ ଦିନରେ ୬୧୬ ମାମଲାର ଶୁଣାଣି

ପଦୋନ୍ନତି ଅଦାଲତର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କର, ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ପଦୋନ୍ନତି ଅଦାଲତର ଦ୍ବିତୀୟ ଦିନରେ ଆଜି ୬୧୬ଟି ମାମଲାର ଶୁଣାଣି ହୋଇଛି। ଅଦାଲତ ଦେଉଥିବା ସୁପାରିସ୍ ଓ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରିରେ ପଦୋନ୍ନତିକୁ ନିଶ୍ଚିତ କରିବା ପାଇଁ ପୁନର୍ଗଠିତ କ୍ୟାଡର୍‌ର ଗ୍ରେଡେସନ୍ ତାଲିକା ପ୍ରକାଶ କରିବାକୁ ମଧ୍ୟ ସେ କହିଛନ୍ତି। ଏହା ସହ ଡିପିସି ବୈଠକରେ ବିଳମ୍ବ ହେଲେ ତାହାକୁ ଗୁରୁତର ସହ ନିଆଯିବ ବୋଲି ଶ୍ରୀ ତ୍ରିପା‌ଠୀ ସତର୍କ କରାଇ ଦେଇଛନ୍ତି।

ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ କହିଥିଲେ, ପଦୋନ୍ନତି ଅଦାଲତ ସରକାରଙ୍କର ଏକ ବୈପ୍ଳବିକ ପଦକ୍ଷେପ। ଏହା ଦ୍ବାରା ସରକାରୀ କର୍ମଚାରୀମାନେ ଅଯଥାରେ କୋର୍ଟକୁ ଦୌଡ଼ିବେ ନାହିଁ। ଆବେଦନକାରୀମାନେ ଏହି ଅଦାଲତର ନିଷ୍ପତ୍ତିରେ ନିଜର ସନ୍ତୋଷ ପ୍ରକାଶ କରୁଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ପଦୋନ୍ନତି ଅଦାଲତ ଚାଲୁ ରଖିବାକୁ ସେମାନେ ମତ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ବରେ ଥିବା ୫ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଦାଲତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର୍‌ ସୁରେଶ ମହାପାତ୍ରଙ୍କ ଅଦାଲତ ଗୋପବନ୍ଧୁ ଏକାଡେମି ସମ୍ମିଳନୀ କକ୍ଷ, ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଦାଲତ କୃଷି ଭବନ, ଆର୍‌ କେ ଶର୍ମାଙ୍କ ଅଦାଲତ କଳିଙ୍ଗ ଷ୍ଟାଡିୟମ୍‌ ସମ୍ମିଳନୀ କକ୍ଷ, ପ୍ରଦୀପ କୁମାର ଜେନାଙ୍କ ଅଦାଲତ ଏସ୍‌ଆଇଆର୍‌ଡି ସମ୍ମିଳନୀ କକ୍ଷ ଓ ମୋନା ଶର୍ମାଙ୍କ ଅଦାଲତ ଇଡ୍‌କୋର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ବସୁଛି। ପଦୋନ୍ନତି ଅଦାଲତର ପ୍ରଥମ ରାଉଣ୍ଡ୍‌ର ଶେଷ ଦିବସ ଜାନୁଆରି ୩୧ ତାରିଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe