‘ଏକ କା ଦଶ’ ଫର୍ମୁଲାରୁ ପଦଯାତ୍ରା ଆରମ୍ଭ କଲେ ସୌମ୍ୟରଂଜନ

Advertisment
‘ଏକ କା ଦଶ’ ଫର୍ମୁଲାରୁ ପଦଯାତ୍ରା ଆରମ୍ଭ କଲେ ସୌମ୍ୟରଂଜନ

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖର୍ଡପଡ଼ା ବ୍ଲକ ବନମାଳିପୁର ପଞ୍ଚାୟତ ଅଧୀନ ସୋମନାଥ ମନ୍ଦିର ପ୍ରାଙ୍ଗଣରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆଜି ଅପରାହ୍ନରେ ନିର୍ବାଚନମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅବସରରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସ୍ଥାନୀୟ ବିଧାୟକ । ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର ପୌରାହିତ୍ୟରେ ଆୟୋଜିତ ବୈଠକରେ ଶ୍ରୀ ପଟ୍ଟନାୟକ ପ୍ରତି କର୍ମକର୍ତ୍ତା ନିଜ ପଡୋଶୀ ସହିତ ଅନ୍ୟୁନ୍ୟ ୧୦ ଜଣଙ୍କ ପରିବାରର ଦାୟିତ୍ଵ ନେବା ସହିତ ତାଙ୍କ ସମସ୍ୟା ବାବଦରେ ବୁଝିପାରିଲେ ସଂଗଠନ ସୁଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

publive-image

ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରର ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟାରେ ସୋମନାଥ ମନ୍ଦିର ଠାରୁ ଏହି ପଦଯାତ୍ରା ବନମାଳିପୁର ଗ୍ରାମ ପରିକ୍ରମା କରିବା ସହିତ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ପ୍ରତି ଜନସାଧରଣଙ୍କୁ ସଚେତନ କରାଯାଇଥିଲା। ପଦଯାତ୍ରା କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ବିଧାୟକଙ୍କ ଭାପୁର ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ଖଣ୍ଡପଡା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡା ଏନଏସି ବିଧାୟକଙ୍କ ପ୍ରତିନିଧି ମମତା ଦାସ, ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଛାତ୍ର ବିଜେଡି ସଭାପତି ବିଦ୍ୟାରଞ୍ଜନ ପଣ୍ଡା ପ୍ରମୁଖ ନିର୍ବାଚନମଣ୍ଡଳୀର ବହୁ ଛାମୁଆଁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe