ଖୋର୍ଦ୍ଧାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

Advertisment
ଖୋର୍ଦ୍ଧାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଖୋର୍ଦ୍ଧା: ଆଜି ଠାରୁ ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର ରାଜ୍ୟ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ବିଜେଡି ଖୋର୍ଦ୍ଧା ନିର୍ବାଚନମଣ୍ଡଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି ।

ଆଜି ପୂର୍ବାହ୍ଣରେ ବିଜୁ ପଟ୍ଟନାୟକ ପାର୍କଠାରେ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଦଳୀୟ କର୍ମୀ ଓ କର୍ମକର୍ତାମାନେ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସହରରେ ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଜୟୀରାଜଗୁରୁ ଭବନ ଠାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସଭା ସାଂସଦ ମିଜିବୁଲା ଖାଁ, ରାଜ୍ୟ ବରିଷ୍ଠ ମହିଳା ଉପସଭାପତି ବାସନ୍ତୀ ମହାପାତ୍ର, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଂଜନ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପ୍ରଫୁଲ କୁମାର ଦଳେଇ, ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାପତି ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ପରିଡା, ବିସିଜେଡି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଖୋର୍ଦ୍ଧା ନଗର ସଭାପତି ମହମ୍ମଦ ଆରିଫ, ଦିଲିପ ହୋତା ସମେତ ଖୋର୍ଦ୍ଧା ପୌରପରିଷଦର ସମସ୍ତ କାଉନସିଲରମାନେ ଏଥିରେ ଯୋଗ ଦେଇଥିଲେ ।

ସଦ୍ଭାବନା ପାଇଁ ୭୫ କିମି ଯାତ୍ରା 

publive-image

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀପ୍ରେମୀଙ୍କ ଦ୍ୱାରା ଖୋର୍ଦ୍ଧାରେ ହିନ୍ଦୁ-ମୁସଲିମ ଭାଇଚାରା ବାର୍ତା ପ୍ରଚାର କରିବାକୁ କାଇପଦର ପୀର ପୀଠ ଠାରୁ ବୋଲଗଡ଼ ମାଣିକଗୋଡ଼ା ପର୍ଯ୍ୟନ୍ତ ତିନିଦିନିଆ ୭୫କିମି ଯାତ୍ରା ଆରମ୍ଭ ହୋଇଛି । ଆଜି କାଇପଦର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି କ୍ଷୀରୋଦ ପ୍ରସାଦ ମହାନ୍ତି, ଡ ପ୍ରମୋଦ କୁମାର ଦାଶ, ସଂଜୟ ପଟ୍ଟନାୟକ, ପୀର ପୀଠର ପରିଚାଳନା କିମିଟିର ସଭାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗାନ୍ଧୀବାଦୀମାନେ ତୋଟାପଡ଼ା, ଖୋର୍ଦ୍ଧା ସହର, ଶରଧାପୁର, ପୁବୁସାହି, ସାରୁଅ, ବାଘମାରୀ, ସିମୋର, ଗଁପୁର, ବଡ଼ବେରଣା, କୁସୁପଲ୍ଲା ଦେଇ ବେଗୁନିଆରେ ପହଂଚିଥିଲେ । ଆସନ୍ତାକାଲି ଚଣ୍ଡିଆପଲ୍ଲୀ, ଅଟ୍ରି, ଶରଧାପୁର, ଡିଙ୍ଗର, ରାଉତପଡ଼ା, କଡ଼ବ, ଡାଳତୁମ୍ବ ଆଦି ଗାଁ ଦେଇ ସୁନାଖଳ ଓ ୪ ତାରିଖରେ ବୋଲଗଡ଼, ଭୀମପଡ଼ା ଦେଇ ମାଣିକଗୋଡ଼ାରେ ଅପରାହ୍ଣରେ ପହଂଚିବା କାର୍ଯ୍ୟକ୍ରମ ରହିଛି । ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର, ଶ୍ରୀନିବାସ ପ୍ରଧାନ, ପ୍ରମୋଦ ପାଇକରାୟ, ଫଜୁଲ ହକ୍ ଖାନ୍, କଳ୍ପତରୁ ପଣ୍ଡା, କୁଳମଣି ସାହୁ, ଅଜୟ ମହାନ୍ତି, ମନୋହର ଅଲ୍ଳୀ ଖାଁ, ସଂଧ୍ୟାରାଣୀ ଦାସ, କୁଳମଣି ପ୍ରଧାନ, ଜିତେନ୍ଦ୍ର ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରମୋଦ ମହାରଣା, ଡ ପୂର୍ଣ୍ଣ ଚନ୍ଦ୍ର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ଓ ରାଷ୍ଟ୍ରୀୟ ଯୁବା ସଂଗଠନର ସାଗର ଦାସ, କରନ୍ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe